ନୋଟବନ୍ଦୀରୁ ତାଲା ବନ୍ଦ ଦେଶର ସର୍ବଗ୍ରାସୀ ବିପର୍ୟ୍ୟୟକାରୀଙ୍କୁ ହଟାଅ-ଭାରତ ବଞ୍ଚାଅ, ଭୁବନେଶ୍ୱର ଠାରେ ଜାତୀୟ ଆର୍ଥିକ ବିପର‌୍ୟୟ ଦିବସ ପାଳନଞ୍ଚ

ଭୁବନେଶ୍ବର, (ଓଡିଶା ଟାଇମ୍) : ନୋଟବନ୍ଦୀ ଠାରୁ ତାଲା ବନ୍ଦ ପର୍ୟ୍ୟନ୍ତ ୮ ନଭେମ୍ୱର ନୋଟବନ୍ଦୀର ୪ର୍ଥ ବାର୍ଷିକୀ ଅବସରରେ ଆର୍ଥିକ ମହାବିପର‌୍ୟ୍ୟର୍ୟ୍ୟୟ ଦିବସ ଭାବେ \”ଆମେ ଭାରତବାସୀ\” ପକ୍ଷରୁ ଭୁଵନେଶ୍ଵର ସ୍ଥିତ ମାଷ୍ଟର କ୍ୟାଣ୍ଟିନ୍ ଠାରେ ପାଳିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ଭାରତ ଉପମହାଦେଶ ଆର୍ଥିକ ପରିଚାଳନାର ସର୍ବନିମ୍ନ ଜ୍ଞାନ ନଥାଇ ଏକଛତ୍ରବାଦୀ ଭାବେ ୦୮ ନଭେମ୍ବର ୨୦୧୬ରେ ସେତେବେଳେ ପ୍ରଚଳିତ ଏକ ହଜାର ଟଙ୍କିଆ ଓ ପାଞ୍ଚ ଶହ ଟଙ୍କିଆ ନୋଟ୍ ହଠାତ୍ ଅଚଳ ଘୋଷଣା କରାଯିବା ସହ ନିଜ ବ୍ୟାଙ୍କରେ ଥିବା ଜମାଟଙ୍କା ଆବଶ୍ୟକତା ଅନୁଯାୟୀ ଉଠାଣ ଉପରେ କଟକଣା ରଖି ଅନେକ ଜମାକାରୀଙ୍କୁ ଅକାଳ ମୃତ୍ୟୁବରଣ କରିବାକୁ ପଡିଲା। ସମଗ୍ର ଦେଶର ଅସଙ୍ଗଠିତ କ୍ଷେତ୍ର ସମ୍ପୂର୍ଣ୍ଣ ଭୁଷୁଡି ପଡିଲା।

ନୋଟବନ୍ଦୀ ଘୋଷଣା କଲା ବେଳେ ପ୍ରଧାନମନ୍ତ୍ରୀ ଯେଉଁ ତିନୋଟି ପ୍ରତିଶ୍ରୁତି ଦେଇଥିଲେ, କଳା ଟଙ୍କା ଲୋପ୍ ହେବ, ଆତଙ୍କବାଦ ଲୋପ୍ ହେବ ଓ ଆର୍ଥିକ ସ୍ୱଚ୍ଛତା ବୃଦ୍ଧି ହେବ ପ୍ରତିଶ୍ରୁତି ଦେଇଥିଲେ ହେଁ ଏ ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ଏହାର ପରିଣତି ସ୍ୱରୂପ ଅସଙ୍ଗଠିତ କ୍ଷେତ୍ରରେ ୨ କୋଟିରୁ ଉର୍ଦ୍ଧ୍ୱ ଶ୍ରମିକ କର୍ମନିଯୁକ୍ତି ହରାଇଲେ। ଯାହାର ପ୍ରଭାବରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ରୁଗ୍ଣ ଓ ବିପର‌୍ୟ୍ୟସ୍ତ ହେଲା। ଏହା ପରେ ଏକକ ଟିକସର ଦ୍ୱାହି ଦେଇ ଜିଏସଟି ଲାଗୁ କରାଗଲା। ଏହା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଅହେତୁକ ସମସ୍ୟା ସୃଷ୍ଟି କଲା। ଯାହାର ପରିଣାମ ସ୍ୱରୂପ ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ଜିଡିପି ହାର ୩.୫%ରେ ପହଞ୍ଚିଥିଲା। ଠିକ୍ ଏହି ପୃଷ୍ଠଭୁମିରେ କରୋନା ମହାମାରୀପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜାନୁଆରୀ ୩୦ ଠାରୁ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ବି ଭାରତ ସରକାର ସେଥିପ୍ରତି ଦୃଷ୍ଟି ନ ଦେଇ ଦିଲ୍ଲୀ ନିର୍ବାଚନରେ ସଂପୂର୍ଣ୍ଣ କ୍ୟାବିନେଟ୍ ବ୍ୟସ୍ତ ରହିବା, ₹୨୦୦ କୋଟି ବ୍ୟୟରେ ନମସ୍ତେ ଟ୍ରମ୍ପ୍ କାର‌୍ୟ୍ୟକ୍ରମ କରାଇବା, ଦିଲ୍ଲୀ ଭୋଟଦାତାଙ୍କ ପ୍ରତି ପ୍ରତିହିଂସା ପରାୟଣ ହୋଇ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରି ୬୦ ଜଣଙ୍କୁ ହତ୍ୟା କରିବା ମାର୍ଚ୍ଚ ମାସରେ ଭାରତରେ କରୋନା ରୋଗୀ ମୃତ୍ୟୁ ହେବା ପରେ ମଧ୍ୟପ୍ରଦେଶର କ୍ଷମତାସୀନ ଦଳର ନିର୍ବାଚିତ ବିଧାୟକମାନଙ୍କୁ କୋଟି କୋଟି ଟଙ୍କା ବ୍ୟୟରେ ଖରିଦ୍ କରି ସେଠାରେ ବିଜେପି ସରକାର ଗଢିବା କାର‌୍ୟ୍ୟରେ ବ୍ୟସ୍ତ ରହିଲେ। ମାର୍ଚ୍ଚ ୨୪ ତାରିଖ ରାତି ୮ଟାରେ ପ୍ରଧାନମନ୍ତ୍ରୀ ଟେଲିଭିଜନ ଭାଷଣରେ ପ୍ରଥମେ ୨୧ ଦିନ ପାଇଁ ତାଲାବନ୍ଦୀ ଘୋଷଣା କଲେ ଓ ପରେ ଏହା ବଢିବଢି ପାଞ୍ଚମାସ ପର‌୍ୟ୍ୟନ୍ତ ଚାଲିଲା।

ଏ ପର‌୍ୟ୍ୟନ୍ତ ତାଲାବନ୍ଦ ସମ୍ପୂର୍ଣ୍ଣ ପ୍ରତ୍ୟାହୃତ ହୋଇନାହିଁ।ସଂସଦକୁ ବିଶ୍ୱାସକୁ ନ ନେଇ ମାତ୍ର ୪ ଘଣ୍ଟା ସମୟ ଦେଇ ସମଗ୍ର ଦେଶରେ ଅପ୍ରତ୍ୟାଶିତ ତାଲାବନ୍ଦ ଫଳରେ ସମସ୍ତ ଶିଳ୍ପ, କଳ କାରଖାନା, ବ୍ୟବସାୟ, ବାଣିଜ୍ୟ ସାଧାରଣ ଜୀବନ ଯାତ୍ରା ବନ୍ଦ ଯୋଗୁଁ ଅନୁନ୍ୟ ୧୨ କୋଟି ପ୍ରବାସୀ ଶ୍ରମିକ କର୍ମନିଯୁକ୍ତି ହରାଇ ନିଜ ଘରକୁ ଫେରିବାର ରାହା ନ ପାଇ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ କୋଟି କୋଟି ଲୋକ ପାଦରେ ଚାଲିଚାଲି ଫେରିବା ବେଳେ ଅକାଳ ମୃତ୍ୟୁର ଶିକାର ହେଲେ।

୬ ମାସ ଧରି ସମଗ୍ର ବ୍ୟବସ୍ଥା ଅଚଳ ହୋଇଥିଲା ବେଳେ କରୋନା ମହାମାରୀ ନିୟନ୍ତ୍ରଣ ବେଳେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଶେଷ କରି ଘରୋଇ କମ୍ପାନୀମାନଙ୍କ ଲାଭ ଓ ଲୋଭ ପାଇଁ ସମର୍ପଣ, ଏହି ସମୟ ଭିତରେ ଶିକ୍ଷା ସଙ୍କୋଚନକାରୀ ଜାତୀୟ ଶିକ୍ଷାନୀତି-୨୦୨୦, ଶ୍ରମ ଆଇନ ସଂଶୋଧନ କରି କ୍ରୀତଦାସ ପ୍ରଥାର ପୁନଃ ପ୍ରଚଳନ ପାଇଁ ଶ୍ରମ କୋଡ୍ ପ୍ରଣୟନ, ଅତ୍ୟାବଶକୀୟ ସାମଗ୍ରୀ ଆଇନ ୧୯୫୫ ମସିହା ପ୍ରତ୍ୟାହାର କରି ଦେଶର ୯୯ % ଗ୍ରାହକଙ୍କୁ ଲୁଣ୍ଠନର ଷଡଯନ୍ତ୍ର, କୃଷି ଆଇନର ସଂଶୋଧନ କରି କୃଷକ ସମାଜକୁ ନିଜ ଜମିରେ ବନ୍ଧୁଆ ଶ୍ରମିକ ବନାଇବା ଓ କୃଷି ଉତ୍ପାଦନର ସହାୟକ ମୂଲ୍ୟ ଦେବା ପରିବର୍ତ୍ତେ ସରକାରୀ ମଣ୍ଡି ବ୍ୟବସ୍ଥାକୁ ବନ୍ଦ କରି କୃଷି ଉତ୍ପାଦନର ଲାଭ ଜନକ ମୂଲ୍ୟ ଦେବା ପରିବର୍ତ୍ତେ କୃଷକ ସମାଜର ରକ୍ତ ଶୋଷଣର ଆଇନ ପ୍ରଣୟନ କରିଛନ୍ତି।ଏହାର ପରିଣାମ ସ୍ୱରୂପ ସରକାର ସମଗ୍ର ଦେଶରେ ଆର୍ଥିକ ସାମାଜିକ ମନବୀୟ ବିପର‌୍ୟ୍ୟୟ ଲଦି ଦେଇଛନ୍ତି।

ଏଥିରୁ ମୁକୁଳିବା ପାଇଁ ଭାରତୀୟ ଗଣତନ୍ତ୍ର, ଏହାର ସମ୍ୱିଧାନ ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଐକ୍ୟବଦ୍ଧ ଗଣ ସଂଗ୍ରାମ ବଳରେ ତାନାଶାହୀଙ୍କୁ କ୍ଷମତାରୁ ହଟାଇ ଗଣତନ୍ତ୍ରର ପ୍ରତିଷ୍ଠା କରିବା ପାଇଁ \”ଆମେ ଭାରତବାସୀ\” ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ଦାସ, ସିପିଆଇ ନେତା ଅଶୋକ ସାହୁ, ମାନବାଧିକାର କର୍ମୀ ବିଶ୍ଵପ୍ରିୟ କାନୁନଗୋ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ ଓ ନାରାୟଣ ରେଡ୍ଡୀ, ସିପିଆଇଏମ ନେତା ସୁରେଶ ପାଣିଗ୍ରାହୀ, ଛାଇର ସମ୍ପାଦକ ସତୀଶ ମିଶ୍ର, ସିପିଆଇ ନେତା ଜୟନ୍ତ ଦାସ, ରାମକୃଷ୍ଣ ପଣ୍ଡା, ସିପିଆଇ(ଏମଏଲ) ନେତା ମହେନ୍ଦ୍ର ପରିଡା, କଂଗ୍ରେସ ନେତା ଅମୀୟ ପାଣ୍ଡବ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଜନ ଆନ୍ଦୋଳନ ନେତା ଅରୁଣ ଜେନା, ଅଖିଳ ଭାରତ ଛାତ୍ର ସଙ୍ଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ସାମାଜିକ କର୍ମୀ ଭୁବନ ଚାନ୍ଦ ହାତୀ, ଲୋକଶକ୍ତି ଅଭିଯାନର ରାଜ୍ୟ ସମ୍ପାଦକ ମାନସ ପଟ୍ଟନାୟକ, ସାମାଜିକ କର୍ମୀ ଅଜିତ କୁମାର ବେହେରା, ଶ୍ୟାମ ସୁନ୍ଦର ଜେନା, ଲିଙ୍ଗରାଜ ସାହୁ, ବ୍ରଜ ମାଝୀ, ଚାମ୍ବୁରୁ ସୋରେନ, ଜମେଶ୍ୱର ସାମନ୍ତରାୟ, ସାଗର ପରିଡା, ଗୀତା ବିଶ୍ୱାସ, ବିକ୍ରମ ସ୍ୱାଇଁ, ବିଜୟ କୁମାର ପଣ୍ଡା, ହୃଷିକେଶ ମହାନ୍ତି, ପ୍ରକାଶ ଚନ୍ଦ୍ର ଖଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.