ଆସନ୍ତାକାଲିଠାରୁ ରାଜ୍ୟରେ ଗଡିବ ଘରୋଇ ବସ୍

ଭୁବନେଶ୍ୱର,(ଓଡଶା ଟାଇମ୍):ଆସନ୍ତକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍ । ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି ।

ପ୍ରଥମ ଦଫାରେ କାଲିଠାରୁ କିଛି କିଛି ବସ୍ ଚଳାଚଳ କରିବ । ପୂରା ମାତ୍ରାରେ ବସ୍ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ କହିଛନ୍ତି । ଯେତିକି ସିଟ୍ ସେତିକି ଯାତ୍ରୀ ବସ୍ ଯାତ୍ରା କରିପାରିବେ । ପୂର୍ବ ନିର୍ଦ୍ଧାରିତ ଭଡ଼ା ଅନୁଯାୟୀ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଟଙ୍କା । ସାମାଜିକ ଦୂରତା ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ପ୍ରଥମ ପର୍ୟ୍ୟାୟରେ କିଛି ବସ୍ କାଲିଠାରୁ ଚାଲିବ । ଅନ୍ୟପଟେ ୨୫ ତାରିଖରୁ ରାଜ୍ୟ ଭିତରେ ଘରୋଇ ବସ୍ ଓ ଟ୍ୟାକ୍ସି ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ । ହେଲେ ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ କହିଥିଲେ । ଆଜି ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯିବା ପରେ କାଲିଠୁ ଘରୋଇ ବସ୍ ଚଳାଚଳ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *