ଝାରପଡା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ବର ଝାରପଡା ଜେଲରେ କଏଦୀଙ୍କ ମୃତ୍ୟୁ । ସୋମବାର ପ୍ରାଣକୃଷ୍ଣ ଦାସ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ୟୁନିଟ୍-୬ ଅକ୍ଷରକନ୍ଦର ବସ୍ତି ରହୁଥିଲେ ।

ଗତ  ୭ ମାସ ହେବ ଗଞ୍ଜେଇ କେସ୍ରେ ଧରାପଡି ଝାରପଡା ଜେଲରେ ଥିଲେ ପ୍ରାଣକୃଷ୍ଣ । ଗତ ୨ ଦିନ ତଳେ ପରିବାର ଲୋକଙ୍କ ସହ କଥା ହୋଇଥିଲେ ପ୍ରାଣକୃଷ୍ଣ । ତେବେ ପ୍ରାଣକୃଷ୍ଣଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକେ । ଘଟଣାର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published.