ବିଜୟା ଦଶମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବିଜୟା ଦଶମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନେଦ୍ର ମୋଦି । ଦଶହରାରେ ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତିଷ୍ଠା ହୋଇଥିବାରୁ ଆଜିର ପବିତ୍ର ଦିବସରେ ଦେଶବାସୀଙ୍କ ମଙ୍ଗଳା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ପ୍ରତ୍ୟେକ ନାଗରିକଙ୍କର ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଭରି ଉଠୁ ଏହା ମାଆଙ୍କ ନିକଟରେ କାମନା ।
ଆଜିର ଦିନଟି ମହାଭାରତ କାଳ ସହିତ ଯୋଡ଼ି ହୋଇ ରହିଛି । ତଥ୍ୟ ଅନୁଯାୟୀ, ବିଜୟାଦଶମୀ ଦିନରେ ଶାସ୍ତ୍ରକୁ ପୂଜା କଲେ ଯୁଦ୍ଧରେ ବିଜୟପ୍ରାପ୍ତ ହୋଇଥାଏ । ପାଣ୍ଡବମାନେ ବିଜୟାଦଶମୀରେ ଶାମୀ ନାମକ ବୃକ୍ଷ ଓ ହତିଆରକୁ ପୂଜା କରୁଥିଲେ । ତେବେ ଆଜିର ଦିନଟି ଆର୍ଥିକ ଦୃଷ୍ଟିକୋଣରୁ ବିଭିନ୍ନ ରାଶିର ଲୋକଙ୍କ ପାଇଁ ଖୁବ ଶୁଭଦାୟକ ହେବ । ତେଣୁ ବ୍ୟବସାୟ, ନିବେଶ ଓ ଆର୍ଥିକ ନେଣଦେଣ ମାମଲାରେ କିଛି ରାଶିର ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ୭ଟି ନୂଆ ପ୍ରତିରକ୍ଷା କଂପାନୀ ସମର୍ପିତ କରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମକୁ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିବେ ।
Prime Minister Narendra Modi wishes the nation on the occasion of #VijayaDashami2021 pic.twitter.com/kVY1T32OT4
— ANI (@ANI) October 15, 2021