ଆସନ୍ତା ୧୦ ତାରିଖରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶକୁ ଖୁବ୍ ଶୀଘ୍ର ଏକ ନୂତନ ସଂସଦ ଭବନ ମିଳିବାକୁ ଯାଉଛି, ସରକାର ନୂତନ ଭବନ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଡିସେମ୍ବର ୧୦ରେ ଏହି ନୂତନ ଭବନ ନିର୍ମାଣ ପାଇଁ ଭୂମି ପୂଜା କରାଯିବ, ଯେଉଁଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପଠାଯାଇଛି। ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି।

ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ଏହି ନିମନ୍ତ୍ରଣ ପତ୍ର ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେବେ। ବର୍ତ୍ତମାନର ବିଲଡିଂ ନିକଟରେ ନୂତନ ସଂସଦ ଭବନ ନିର୍ମାଣ ହେବ। ଏହାର ନିର୍ମାଣ କରିବାକୁ ପ୍ରାୟ ଦୁଇ ବର୍ଷ ସମୟ ଲାଗିପାରେ। ନୂତନ ଭବନ ପାଇଁ ୨୦୨୪ ସମୟସୀମା ଧାର୍ଯ୍ୟ କରାଯାଇଛି।

ସୂଚନା ମୁତାବକ ଏହି ନୂତନ ସଂସଦଗୃହର ଆକାର ୬୫ ହଜାର ବର୍ଗମିଟର ହେବ ଓ ଏହାମଧ୍ୟରେ ୧୬୯୨୧ ବର୍ଗମିଟର ଅଞ୍ଚଳ ଭୂତଳରେ ରହିବ । ଏହାସହ ଅନ୍ୟ ଅଟ୍ଟାଳିକା ଭଳି ଏହାର ୪ କୋଣ ପରିବର୍ତ୍ତେ ୩ଟି କୋଣ ରହିବ। ଅର୍ଥାତ ଏହାର ଆକାର ତ୍ରିକୋଣୀୟ ହେବ । ଏହି ଅଟ୍ଟାଳିକା ଉପରେ ସୂର୍ଯ୍ୟାଲୋକ ପଡ଼ିଲେ ଜାତୀୟ ପତାକାରେ ଥିବା ୩ଟି ରଙ୍ଗ ପ୍ରସ୍ପୁଟିତ ହେବ । ନୂତନ ସଂସଦଗୃହ ମଧ୍ୟରେ ସାଂସଦମାନେ ବସିବାକୁ ବେଶ୍ ଆରାମ ଦାୟକ ବ୍ୟବସ୍ଥା କରାଯିବ । ଯେମିତି କି ଗୋଟିଏ ବେଞ୍ଚର ଲମ୍ବ ଅତିକମରେ ୨ ମିଟର ହେବ। ହେଲେ ଏବେ ପ୍ରସ୍ତାବିତ କୋଠାର କିଛି ଅଦଳ ବଦଳ ହୋଇପାରେ ବୋଲି ପ୍ରସ୍ତାବ ରହିଛି ।

Leave a Reply

Your email address will not be published. Required fields are marked *