ଆଜି କଟକ ଆଇଟିଏଟି କାର୍ଯ୍ୟାଳୟ ଭିଡିଓ କନ୍‌ଫେରେନ୍ସିଂରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି କଟକ ସ୍ଥିତ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ ବା ଆଇଟିଏଟିର ଅତ୍ୟାଧୁନିକ କାର୍ଯ୍ୟାଳୟ ଓ ଆବାସିକ ପରିସରର ଉଦଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ତଥା ବିଚାରପତିମାନେ ମଧ୍ୟ ଯୋଗଦେବେ।

ଏହି ଅବସରରେ ଆଇଟିଏଟି ଉପରେ ଏକ ଇ-କଫି ଟେବୁଲ ବୁକ ମଧ୍ୟ ପ୍ରକାଶ ପାଇବ । ଆୟକର ଅପିଲ ଟ୍ରିବ୍ୟୁନାଲ, ଯାହା ଆଇଟିଏଟି ଭାବରେ ମଧ୍ୟ ଜଣାଶୁଣା, ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିଧି ସଂସ୍ଥା ଅଟେ । ଏହାର ଆଦେଶଗୁଡିକ ଚୂଡ଼ାନ୍ତ ଭାବରେ ଗ୍ରହଣ କରାଯାଇଥାଏ । ବର୍ତ୍ତମାନ ଏହାର ନେତୃତ୍ବ ନେବେ ପୁର୍ବତନ ବିଚାରପତି ଜଷ୍ଟିସ୍ ପିପି ଭଟ୍ଟ, । ଆଇଟିଏଟି ପ୍ରଥମ ଟ୍ରିବ୍ୟୁନାଲ ଥିଲା ଯାହାକି ଜାନୁଆରୀ 25, 1941 ରେ ସୃଷ୍ଟି ହୋଇଥିଲା ଏବଂ ଏହା ‘ମଦର ଟ୍ରିବ୍ୟୁନାଲ୍’ ଭାବରେ ମଧ୍ୟ ଜଣାଶୁଣା । 1941 ମସିହାରେ ତିନୋଟି ବେଞ୍ଚରୁ ଆରମ୍ଭ କରି ଦିଲ୍ଲୀ, ବମ୍ବେ ଏବଂ କଲିକତାରେ ଏହା ବର୍ତ୍ତମାନ 63 ଟି ବେଞ୍ଚକୁ ବୃଦ୍ଧି ପାଇଛି ଏବଂ ଦୁଇଟି ସର୍କିଟ ବେଞ୍ଚ ଭାରତର ତିରିଶ ସହରରେ ବ୍ୟାପିଛି ।

Leave a Reply

Your email address will not be published. Required fields are marked *