ନଭେମ୍ବର ୧୫ ସୁଦ୍ଧା ବିହାରରେ ଖୋଲିବ ଅଙ୍ଗନବାଡ଼ି ଓ ପ୍ରାଥମିକ ସ୍କୁଲ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କୋଭିଡ୍‌ କଟକଣା ଭିତରେ ବିହାର ସରକାର ରାଜ୍ୟର ସମସ୍ତ ସ୍କୁଲ୍‌ ତଥା ଅଙ୍ଗନବାଡ଼ିକୁ ଖୋଲିବା ପାଇଁ ନିର୍ଦେଶ ଦେଇଛନ୍ତି। ନଭେମ୍ବର ୧୫ ତାରିଖ ସୁଦ୍ଧା ଅର୍ଥାତ୍‌ ପାର୍ବଣ ପରେ ପରେ ସବୁ ସ୍କୁଲ୍‌ ଖୋଲିବା ଲାଗି ବିଧିବଦ୍ଧ ନିଷ୍ପତ୍ତି ନିଆଯାିଥିବା ବିହାର ମୁଖ୍ୟମନ୍ତ୍ରୀ ନିତିଶ୍‌ କୁମାର କହିଛନ୍ତି।

ଟ୍ବିଟ୍‌ କରି ନିତିଶ୍‌ କହିଛନ୍ତି ଯେ, କୋଭିଡ୍‌ ପ୍ରୋଟୋକଲ୍‌ ତଥା କଟକଣା ରାଜ୍ୟରେ ଅନେକ ସୁଫଳ ଦେଇଛି। ପରିସ୍ଥିତିରେ ସୁଧାର ଆସିଛି। ପୂର୍ବଭଳି କିଛି କଟକଣା ସେହିଭଳି ରହିବ। ଆଜି ସେ ନେଇ ଏକ ବୈଠକ ଅନୁଷ୍ଡିତ ହୋଇଛି। ଏଥିରେ ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଛି।

ବିହାରରେ ଏବେ ଅନ୍‌ଲକ୍‌ ପ୍ରକ୍ରିୟା ଚାଲିଛି। ଏହାର ୬ଷ୍ଠ ପର୍ଯ୍ୟାୟରେ ସମସ୍ତ ୟୁନିଭର୍ସିଟି, କଲେଜ୍‌, ଟେକ୍ନିକାଲ୍‌ ସ୍କୁଲ୍‌କୁ ଖୋଲିବା ଲଗି ଅଗଷ୍ଟ ୨୫ ନିୟମାବଳୀରେ ସ୍ଥିର କରାଯାଇଥିଲା।

ସେ ଆହୁରି ମଧ୍‌ୟ ଉଲ୍ଳେଖ କରିଛନ୍ତି ଯେ, ଆଗକୁ ପାର୍ବଣ ଋତୁ ହେତୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଏଣୁ ଜିଲ୍ଲା ପ୍ରଶାସନ ସେମାନଙ୍କ ଆବଶ୍ୟକ ନିୟମାବଳୀ ପ୍ରସ୍ତୁତ କରିବେ। ଯେଉଁ ରାଜ୍ୟଗୁଡ଼ିକ କୋଭିଡ୍‌ ସଂକ୍ରମଣ କ୍ଷେତ୍ରରେ ଅଧିକ ରହିଛନ୍ତି ସେଠାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ରହିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *