ମଣିପୁର ଉପ ନିର୍ବାଚନରେ ବିଜେପିର ବଜିମାତ ନିର୍ବାଚନ ପ୍ରଚାର ମଙ୍ଗ ଧରିଥିଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର, (ଓଡିଶା ଟାଇମ୍) :ମଣିପୁର ବିଧାନସଭା ଉପ ନିର୍ବାଚନରେ ବାଜିମାତ କରିଛି ବିଜେପି। ୫ଟି ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ପ୍ରଥମେ ଗୋଟିଏ ଆସନରେ ଅପ୍ରତିଦ୍ଵନ୍ଦୀ ଭାବେ ଓ ଆଜି ସମସ୍ତ ୪ଟି ଆସନରେ ବିଜେପି ବିଜୟ ହାସଲ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ବିପୁଳ ଉତ୍ସାହ ସହ ବିଜେପି ସମସ୍ତ ୪ଟି ଆସନ ଜିତିଛି ବୋଲି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କହିଛନ୍ତି। ଏହି ଅବସରରେ ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଙ୍ଗଠନ) ଶ୍ରୀ ବିଏଲ ସନ୍ତୋଷ, ମଣିପୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ବୀରେନ ସିଂ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଦିଲ୍ଲୀପ ସାଇକିଆ ଏବଂ ବରିଷ୍ଠ ନେତା ଶ୍ରୀ ଟି. ବିଶ୍ୱଜିତ ସିଂଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ଏଥିସହ ପ୍ରଚାରରେ ସାମିଲ ହେବା ତାଙ୍କର ସୌଭାଗ୍ୟ ଥିଲା ବୋଲି ସେ କହିଛନ୍ତି। ଶ୍ରୀଯୁକ୍ତ ପଣ୍ଡା ନିର୍ବାଚନ ପ୍ରଚାରରେ ସାମିଲ ହେବା ମଣିପୁର ନିର୍ବାଚନ ପାଇଁ ଏକ ଉଲ୍ଲେଖନୀୟ ମୋଡ଼ ଥିଲା ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ ବୀରେନ ସିଂ କହିଛନ୍ତି ଓ ଶ୍ରୀ ପଣ୍ଡାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ସଫଳତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଥିବା ବିପୁଳ ବିଶ୍ୱାସ, ମଣିପୁର ସରକାରଙ୍କ କାମ ଏବଂ ଅମିତ ଶାହାଜୀ, ଜେପି ନଡ୍ଡାଜୀ ଓ ବିଏଲ ସନ୍ତୋଷଜୀଙ୍କ ପ୍ରୋତ୍ସାହନ ପାଇଁ ମିଳିଛି ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ପଣ୍ଡା ମଣିପୁରରେ ଅସ୍ଥାୟୀ ସରକାରର ସ୍ଥିତି ସୁଧାରିବାର ଦାୟିତ୍ଵ ନେଇଥିଲେ । ମନ୍ତ୍ରୀମଣ୍ଡଳ ସଂପ୍ରସାରଣଠୁ ଆରମ୍ଭ କରି ନିର୍ବାଚନ ପ୍ରଚାର ପର୍ଯ୍ୟନ୍ତ ସବୁଥିରେ ଶ୍ରୀ ପଣ୍ଡା ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।  ମଣିପୁର ମୂଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂ ଓ ଦଳର ଅନ୍ୟ ନେତୃତ୍ୱଙ୍କ ସହ ମିଶି ମଣିପୁରରେ ମାରାଥନ ପ୍ରଚାର କରିଥିଲେ ଶ୍ରୀ ପଣ୍ଡା।

Leave a Reply

Your email address will not be published. Required fields are marked *