ଆସନ୍ତା ୨୨ରେ ପୁରୀ ଆସିବେ ରାଷ୍ଟ୍ରପତି

ପୁରୀ, (ଓଡିଶା ଟାଇମ୍) :୨୧ରୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଗସ୍ତ ଅବସରରେ ଆସନ୍ତା ୨୨ ରେ ପୁରୀ ଗସ୍ତରେ ମଧ୍ୟ ଆସିବେ ରାଷ୍ଟ୍ରପତି।  ପ୍ରଥମେ ରାଉରକେଲା ଏବଂ ପରେ ପୁରୀ ଗସ୍ତର କାର୍ଯ୍ୟକ୍ରମ ରହିଛି ।

ତେବେ ରାଷ୍ଟ୍ରପତି ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ  ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ବୈଠକରେ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ସର୍କିଟ ହାଉସରେ ଚାଲିଥିବା ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଏଏସଆଇ ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, କୋଣାର୍କ ଏନ ଏସି ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିର ଦର୍ଶନ ସହ କୋଣାର୍କ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *