ଦୁଇ ଦିନିଆ ଗସ୍ତରେ ଓଡିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୨୧ରେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଆସିବେ ରାଷ୍ଟ୍ରପତି ।
ଖବର ଅନୁଯାୟୀ, ଆସନ୍ତା ୨୧ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ।ଗସ୍ତ ସମୟରେ ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି ।ତେବେ ଏହି ଗସ୍ତରେ ରାଉରକେଲା NIT ସମାବର୍ତ୍ତନ ଉତ୍ସବ ସହ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବେ ମହାମହିମ ।
୨୨ ତାରିଖରେ ରାଷ୍ଟ୍ରପତିଙ୍କ କୋଣାର୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ କୋର୍ଣାର୍କ ମନ୍ଦିର ପରିଦର୍ଶନ କରିବେ ରାମନାଥ କୋବିନ୍ଦ । ରାଉରକେଲା NIT ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ କେତେକ କେନ୍ଦ୍ରମନ୍ତ୍ରୀ ଯୋଗାଦେବାର କାର୍ଯ୍ୟକ୍ରମ ରହିଛି।