୧୨ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୧୨ତାରିଖରୁ ଚଳିତ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ୧୨ରୁ ଆରମ୍ଭ ହୋଇ ୨୨ ଯାଏଁ ଚାଲିବ। କରୋନା ପରୀକ୍ଷାର୍ଥୀମାନେ ମଧ୍ୟ ପରୀକ୍ଷା ଦେଇପାରିବେ । ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଚଳିତଥର ୬୨ ହଜାର ୨୦୦ ଛାତ୍ରଛାତ୍ରୀ ୧୪,୭୦୦ସିଟ୍ ପାଇଁ ଆବେଦନ କରିଛନ୍ତି । ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ଏବଂ ନଭେମ୍ବର ୭ରେ ମେରିଟ୍ ଲିଷ୍ଟ ବାହାରିବା ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ସଚିବ ପ୍ରେସମିଟରେ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ବିଭାଗ ସଚିବ କହିଛନ୍ତି ଯେ,, ପ୍ରତ୍ୟେକ ପରୀକ୍ଷା ୯୦ମିନିଟ୍ ଅବଧିର ହେବ । ଓ.ଏମ୍.ଆର. ସିଟରେ ୭୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ । ଛାତ୍ରଛାତ୍ରୀମାନଙ୍କୁ ଅବଗତି ନିମନ୍ତେ କିଛି ମଡେଲ୍ ପ୍ରଶ୍ନ ୱେବସାଇଟରେ ଅପଲୋଡ୍ କରାଯାଇଛି । ଛାତ୍ରଛାତ୍ରୀ ନାମଲେଖା ନିମନ୍ତେ ଏକାଧିକ ବିଷୟରେ ପରୀକ୍ଷା ଦେବାର ସୁବିଧା ପ୍ରଦାନ କରାଯାଇଛି ।

Leave a Reply

Your email address will not be published.