କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ।  MSME  ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନା ଥାଉକି, କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବଡ ଧରଣର ଅଦଳବଦଳ ହୋଇଯାଇଛି । ଏହା ମଧ୍ୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ପଦରୁ ହଟାଯାଇଛି ।

ସେ ଦୀର୍ଘ ସମୟ ଧରି ଅସୁସ୍ଥ ରହିବା କାରଣରୁ ତାଙ୍କୁ ମନ୍ତ୍ରି ପଦରୁ ହଟାଯାଉଥିବା କୁହାଯାଉଛି । ଏହା ବ୍ୟତୀତ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଦେବାଶ୍ରୀ ଚୌଧୁରୀ ଓ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କେବଳ ଏତିକି ନୁହେଁ ସଦାନନ୍ଦ ଗୌଡାଙ୍କୁ ମଧ୍ୟ କ୍ୟାବିନେଟରୁ ଛୁଟି ଦିଆଯାଇଛି।

Leave a Reply

Your email address will not be published. Required fields are marked *