ସୁଧୁରୁଛି ପ୍ରଣବ ମୁଖାର୍ଜିଙ୍କ ସ୍ୱାସ୍ଥ୍ୟବସ୍ଥା, ସୂଚନା ଦେଲେ ପୁଅ ଅଭିଜିତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ସ୍ୱାସ୍ଥ୍ୟ ବସ୍ଥା ସ୍ଥିର ରହିଥିବା ଏବଂ ତାଙ୍କର ଭାଇଟାଲ୍ ପାରାମିଟର ନିୟନ୍ତ୍ରଣାଧିନ ଥିବା ବୁଧବାର ଦିନ କହିଛନ୍ତି ତାଙ୍କ ପୁଅ ଅଭିଜିତ ମୁଖାର୍ଜି ।
ଆପଣ ମାନଙ୍କର ଶୁଭକାମନା ଓ ଡାକ୍ତର ମାନଙ୍କର ଚିକିତ୍ସା ଫଳରେ ବାପାଙ୍କର ସ୍ୱାସ୍ଥ୍ୟ ବସ୍ଥା ଏବେ ସ୍ଥିର ରହିଛି ! ତାଙ୍କର ଭାଇଟାଲ୍ ପାରାମିଟର ନିୟନ୍ତ୍ରଣାଧିନ ରହିଛି ! ତାଙ୍କ ସ୍ୱାସ୍ଥ୍ୟ ବସ୍ଥାରେ ସୁଧାର ଆସୁଥିବା ଦେଖାଯାଉଛି ! ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ଆପଣ ମାନେ ତାଙ୍କର ଦୃତ ଆରୋଗ୍ୟ କାମନା କରନ୍ତୁ ! ବୋଲି ଟ୍ୱିଟ୍ କରିଛନ୍ତି ଅଭିଜିତ ମୁଖାର୍ଜି ।
ଗତ ଅଗଷ୍ଟ ୧୦ ତାରିଖରେ ବ୍ରେନ୍ ସର୍ଜରୀ ପାଇଁ ଶ୍ରୀ ମୁଖାର୍ଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ବ୍ରେନ୍ ସର୍ଜରୀ ପରେ ୮୪ ବର୍ଷୀୟ ପ୍ରଣବ ମୁଖାର୍ଜିଙ୍କର କରୋନା ଟେଷ୍ଟ ପଜିଟିଭ ବାହାରିଥିଲା।
ଶନିବାର ଦିନ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ଗତ ବର୍ଷ ସ୍ୱାଧୀନତା ଦିବସର ମୂହୂର୍ତ୍ତ ମନେ ପକାଇ ଟ୍ୱିଟରରେ ଏକ ଭାବ ବିହ୍ୱଳ ପୋଷ୍ଟ କରିଥିଲେ ।
ସୂଚନାଯୋଗ୍ୟ, ନିକଟ ଅତୀତରେ ପ୍ରଣବଙ୍କ ସ୍ୱାସ୍ଥ୍ୟ ବସ୍ଥାକୁ ନେଇ ହୋଇଥିବା ଗୁଜବ ସମ୍ପର୍କରେ ପୁଅ ଅଭିଜିତ ମୁଖାର୍ଜି କଡା ଜବାବ ଦେଇଥିଲେ । । ସମସ୍ତ ଗୁଜବକୁ ଖଣ୍ଡନ କରିବା ସହ ଟ୍ୱିଟ୍ କରିଥିଲେ ଯେ ବାପା ଏବେ ଭେଣ୍ଟିଲେଟର ସର୍ପୋଟରେ ରହିଥିବା ବେଳେ ଜୀବିତ ଅଛନ୍ତି । ଏହା ଛଡା ସେ ଡେମୋଡାୟନାମିକ୍ ରୂପରେ ସ୍ଥିର ଅଛନ୍ତି! ପ୍ରତିଷ୍ଠିତ ସାମ୍ବାଦିକଙ୍କ ଦ୍ୱାରା ସୋସିଆଲ୍ ମିଡିଆରେ ପ୍ରସାରିତ କରାଯାଉଥିବା ସ୍ପେକୁଲେସନ୍ ଏବଂ ଫେକ୍ ନ୍ୟୁଜରୁ ସଫା ଜଣାପଡୁଛି ଯେ ଭାରତରେ ଗଣମାଧ୍ୟମ ଫେକ୍ ନ୍ୟୁଜର କାରଖାନା ପାଲଟି ଯାଇଛି ।
ପ୍ରଣବ ମୁଖାର୍ଜି ଭାରତର ୧୩ ତମ ରାଷ୍ଟ୍ରପତି ଭାବେ ୨୦୧୨ ମସିହାରୁ ୨୦୧୭ ମସିହା ମଧ୍ୟରେ ଦାୟିତ୍ୱ ନିର୍ବାହ କରିଥିଲେ ।