ପ୍ରଦୀପଙ୍କର ଆଜି ସରୁଛି ୨ ଦିନିଆ ରିମାଣ୍ଡ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆଜି ସରୁଛି ୨ ଦିନିଆ ରିମାଣ୍ଡ। ଏହି ଦୁଇଦିନ ଭିତରେ କ୍ରାଇମବ୍ରାଞ୍ଚ ଏସଆଇଟି ତାଙ୍କ ଠାରୁ ଟାଟା ନିଯୁକ୍ତି ଠକେଇ ସଂପର୍କରେ ଜେରା କରି ପ୍ରମାଣ ସଂଗ୍ରହ କରିଥାଇପାରେ। ଦୁଇ ଦିନ ଧରି ତାଙ୍କୁ କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଇଥିଲା। ରିମାଣ୍ଡ ସରିବା ପରେ ପ୍ରଦୀପଙ୍କୁ ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯିବ। ସେପଟେ ଆକାଶ ପାଠକଙ୍କ ରିମାଣ୍ଡ ସରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।

ଅଭିଯୋଗ ଅନୁସାରେ ଟାଟା ଏମଡି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ଆକାଶ। ପିଲାଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଉଥିଲେ ଓ ଟଙ୍କା ନେଉଥିଲେ। ଏଥିରେ ପ୍ରଦୀପଙ୍କ ସିଧାସଳଖ ସଂପୃକ୍ତି ଅଛି କି, ପ୍ରଦୀପଙ୍କ ଆକାଉଣ୍ଟକୁ କେଉଁଠୁ କେତେ ଟଙ୍କା ଆସିଛି, କେମିତି ଆସୁଥିଲା, ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ କେତେ ଟଙ୍କା ଯାଇଛି, ଏସବୁର ଉତ୍ତର ଖୋଜୁଛି ଏସଆଇଟି। ଏହା ସହିତ ଏହି ଜାଲିଆତିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି, କେମିତି କାଗଜପତ୍ର ଜାଲିଆତି କରାଯାଇଥିଲା ତାର ମଧ୍ୟ ଖିଅ ଖୋଜାଯାଉଛି।

Leave a Reply

Your email address will not be published. Required fields are marked *