ବିଜେଡିରେ ମିଶିବେ ପ୍ରଦୀପ, ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା

ନବରଙ୍ଗପୁର , (ଓଡିଶା ଟାଇମ୍): ବିଡେଜିରେ ମିଶିବେ ପ୍ରଦୀପ ମାଝୀ । ନବରଙ୍ଗପୁରରେ ଶକ୍ତି ପ୍ରଦର୍ଶନ ପରେ ଏହି ଘୋଷଣା କରିଛନ୍ତି ନିଜେ ପ୍ରଦୀପ । କହିଛନ୍ତି ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିବି । କେବଳ ସେତିକି ନୁହେଁ ନବୀନଙ୍କ ହାତମୁଠା ଟାଣ କରିବାକୁ ଯୋଜନା କରିବି ବୋଲି ପ୍ରଦୀପ କହିଛନ୍ତି । ଏହାସହ ସେ କହିଛନ୍ତି ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ ।

ବିଜେଡିରେ ରହି ପଛୁଆ ଅଞ୍ଚଳର ବିକାଶ ପାଇଁ କାମ କରିବୁ ବୋଲି ପ୍ରଦୀପ ମାଝି କହିଛନ୍ତି । ଏଇ କିଛିଦିନ ପରେ ସେ ବିଦ୍ଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହେବେ । କେବଳ ସେ ଜଣେ ନୁହେଁ ଏକାସଂଗେ ୫ ତୁଙ୍ଗନେତା ବି ବିଜେଡିରେ ସାମିଲ ହେବେ । ପୂର୍ବରୁ ଛାଡିଥିଲେ କୈଳାସ କୁଲେସିକା ଓ ଚନ୍ଦ୍ରଶେଖର ମାଝୀ । ସମସ୍ତେ ଆସନ୍ତା ୩୦ ତାରିଖ ପୂର୍ବରୁ ବଜେଡିରେ ମିଶିବେ ।

ତେବେ ନବରଙ୍ଗପୁରରେ ପ୍ରେମମିଟ୍ କରି ମାଝି କହିଛନ୍ତି କଂଗ୍ରେସ ଆଉ ଜିତିବା ସ୍ଥିତିରେ ନାହିଁ । ହେଲେ କଂଗ୍ରେସ ମତେ ପରିଚୟ ଦେଇଛି, ମୁଁ କଂଗ୍ରେସ ନିକଟରେ ଋଣି । ଆଉ ରାହୁଲ ଗାନ୍ଧୀ ମୋର ମେଣ୍ଟର ବୋଲି ପ୍ରଦୀପ ମାଝୀ କହିଛନ୍ତି । ସାଂଗଠନକ ସ୍ତରରେ କଂଗ୍ରେସ ହାରିବା ପାଇଁ ମୁଁ ୩୦ ପ୍ରତିଶତ ଦାୟୀ ।

Leave a Reply

Your email address will not be published.