ଜିଲା କୋର୍ଟରେ ପ୍ରଦୀପଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର, (ଓଡିଶା ଟାଇମ୍) : ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ସୋମବାର ବ୍ରହ୍ମପୁରସ୍ଥିତ ଜିଲା ଦୌରାଜଜଙ୍କ କୋର୍ଟରେ ଖାରଜ ହୋଇଯାଇଛି। ଗୋଳନ୍ଥରା ଥାନାପକ୍ଷରୁ ପ୍ରଦୀପଙ୍କ ବିରୋଧରେ ରୁଜୁ ହୋଇଥିବା ୩ଟି ଠକେଇ ମାମଲାରେ ପ୍ରଦୀପଙ୍କପକ୍ଷରୁ ଆଜି ଜିଲା କୋର୍ଟରେ ଜାମିନ ଆବେଦନ କରାଯାଇଥିଲା। ୩ଟି ମାମଲା ପାଇଁ ୩ଟି ପୃଥକ ଆବେଦନ କରାଯାଇଥିଲା। ଶୁଣାଣି ପରେ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ପ୍ରଦୀପଙ୍କପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ମାମଲା ପରିଚାଳନା କରିଥିଲେ। ସରକାରଙ୍କପକ୍ଷରୁ କ୍ୟାଡ଼ର ପିପି ତ୍ରିଲୋଚନ ପରିଡ଼ା ମାମଲା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *