ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ, ୫ ବର୍ଷ ହେଲା ଫେରାର ଥିଲା

କଟକ, (ଓଡିଶା ଟାଇମ୍): କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଓରଫ ପ୍ରଦୀପ କୁମାର ସାହୁକୁ ଗିରଫ କରାଯାଇଛି। କଟକ ଅର୍ବାନ ପୁଲିସ୍ ତାକୁ ଗିରଫ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଟ୍ୱିନ୍ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଦୀଲୁ ହେଉଛି ୨୦୧୬ ମସିହାର ବହୁ ଚର୍ଚ୍ଚିତ ଦୀପୁ ଓ ଓମ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ। ତା’ପରଠୁ ୫ ବର୍ଷ ହେଲା ସେ ଫେରାର ଥିଲା। କଟକ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ପେଶାଲ୍ ଟିମ୍‌ ଦୀଲୁକୁ ରାୟଗଡ଼ାରୁ ଗିରଫ କରିବାରେ ସଫଳ ହୋଇଛି।

ଦୀଲୁ ପାଖରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ପୁଲିସ୍ କମିଶନର କହିଛନ୍ତି। ସେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୀଲୁ ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଟେଣ୍ଡର କାମ ବୁଝାବୁଝି କରୁଥିଲା। ତା’ ନାଁରେ ଚାଉଳିଆଗଞ୍ଜ ଥାନାରେ ୪ଟି ମାମଲା ରହିଛି।

Leave a Reply

Your email address will not be published. Required fields are marked *