ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବେଲଗୁଣ୍ଠା ଥାନା ଉଦ୍‌ଘାଟନ

ଭୁବନେଶ୍ବର, (ଓଡିଶା ଟାଇମ୍) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ୬ଟି ଥାନା ଉଦ୍‌ଘାଟନ କରିଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟରେ ଥିବା ଥାନା ଅନ୍ୟତମ । ଯାହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଖବର ଅନୁଯାୟୀ, ଦୀର୍ଘ ଦିନ ଧରି ବେଲଗୁଣ୍ଠା ଏକ ଫାଣ୍ଡି ରୂପେ କାର୍ଯ୍ୟ କରି ଆସୁଥିଲା । ଯାହା ଉପରେ ବୁଗୁଡ଼ା, ଜଗନ୍ନାଥ ପ୍ରସାଦ ବ୍ଲକର ଅନେକ ଗାଁ ଭରସା କରିଥାନ୍ତି। ଦୀର୍ଘ ଦିନ ଧରି ଏହି ଫାଣ୍ଡି କୁ ଥାନାରେ ପରିଣତ କରିବା ପାଇଁ ଦାବି ହୋଇଆସୁଥିଲା । ଶେଷରେ ଦାବି ପୂରଣ ହୋଇଛି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏ ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଏବଂ ରାଜ ନେତା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published.