କଟକ ଓ ବାଲେଶ୍ଵର ଏସ୍‌ପି ବଦଳିଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାଲେଶ୍ଵର ପୁଲିସ ଅଧୀକ୍ଷକ ଭାବେ କାର୍ଯ୍ୟରତ ଯୁଗଳ କିଶୋର କୁମାର ବନୋଥଙ୍କୁ ବଦଳି କରାଯାଇଛି।  ୨୦୧୧ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀଙ୍କୁ କଟକର ପୁଲିସ ଅଧୀକ୍ଷକ ( ଏସ୍‌ପି) ଭାବେ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର।

ତାଙ୍କ ସ୍ଥାନରେ ବାଲେଶ୍ଵରର ନୂଆ ପୁଲିସ ଅଧୀକ୍ଷକ ( ଏସ୍‌ପି) ଭାବେ ସୁଧାଂଶୁ ଶେଖର ମିଶ୍ରଙ୍କୁ ଦାୟିତ୍ଵ ମିଳିଛି। ସେ ୨୦୧୨ ମସିହାର ଆଇପିଏସ୍‌ ଅଧିକାରୀ। କ୍ରାଇମ୍‌ ବ୍ରାଞ୍ଚ୍‌ ଏସ୍‌ପି ଭାବେ ସେ ଏବେ କାର୍ଯ୍ୟ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଏହି ଅନୁମୋଦନ ପାଇବା ପରେ ରାଜ୍ୟ ଗୃହ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published.