ଓୟୋ ହୋଟେଲରେ ଚଢାଉ , ଚାଲିଥିଲା ଜୁଆ ଆଡ୍ଡା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀରେ ଓୟୋ ହୋଟେଲରେ ପୁଲିସର ଚଢାଉ । ହୋଟେଲରୁ ୯ ଜଣ ହାଇପ୍ରୋଫାଇଲ ଜୁଆଡିକୁ ଗିରଫ କରିଛି କମିଶନରେଟ ପୋଲିସ ।
ଭୁବନେଶ୍ବର ଭିଆଇପି ଛକ ନିକଟ ଓୟୋ ହୋଟେଲରେଜୁଆ ଖେଳ ଚାଲିଥିଲା । ଏହାର ଖବର ପାଇ ହୋଟେଲରେ ଚଢାଉ କରିଛି ପୋଲିସ । ହୋଟେଲ ଭିତରୁ ୯ଜଣ ଜୁଆଡିଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ନିକଟରୁ ୧ ଲକ୍ଷ ୫୩ ହଜାର ଟଙ୍କା ସହ ୯ ଟି ମୋବାଇଲ ଓ ୩ ଦାମୀ କାର ଜବତ କରାଯାଇଛି । ଏଥିସହିତ ହୋଟେଲ ରୁମ୍ ରୁ ଚେସପାଲି, ମଦ ବୋତଲ ଓ ଦାମି ସିଗାରେଟ୍ ଜବତ କରିଛି ପୁଲିସ । ତେବେ ହୋଟେଲ ଭିତରେ ଜୁଆ ଆଡ୍ଡା ଦୀର୍ଘ ଦିନ ହେଲା ଚାଲିଥିବା ଜଣାପଡ଼ିଛି ।