ପୋଲିସ୍କୁ ଆକ୍ରମଣ କରି ବନ୍ଧା ହେଲେ ୫ ଜଣ
ଜୟପୁର, (ଓଡିଶା ଟାଇମ୍): କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଓଆଇସିଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମାଡ ମାରିବା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ କାକିରୁଗୁମା ଥାନା ନିକଟରେ ଗୋଟିଏ ବାଇକ୍ ଓ ଟିପର ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ବ୍ୟକ୍ତି ଜଣଙ୍କ ହୁଏତ ବଞ୍ଚି ଯାଇ ପାରନ୍ତି ଭାବି ଓଆଇସି ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ପରିବାର ଓ ଗାଁ ଲୋକେ ଆସିବା ପୂର୍ବରୁ ଜାଣିଶୁଣି ରାସ୍ତାରୁ ମୃତ ବ୍ୟକ୍ତିଙ୍କୁ ପୋଲିସ ହଟାଇଦେଇଥିବା ଅଭିଯୋଗ କରି ତାତିଥିଲେ ଗାଁ ଲୋକେ । ପୋଲିସ ସହ ଯୁକ୍ତିତର୍କ କରିବା ସହ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ ।
ଏପରିକି କାକିରିଗୁମା ଥାନା ଓଆଇସି ଉଲ୍ଲାସ ରାଉତ ଏବଂ ତାଙ୍କର ଜଣେ ସହଯୋଗୀ କନଷ୍ଟେବଳଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ଶହଶହ ମହିଳା ଓ ପୁରୁଷ ମାଡ ମାରିଥିଲେ। ଯାହାର ଭିଜୁଆଲ ଭାଇରାଲ ହୋଇଥିଲା ।