ଷଡ଼ଯନ୍ତ୍ର ଉଦ୍ୟମ ରଚିଥିବା ଆତଙ୍କୀକୁ ଚିହ୍ନଟ କଲା ପୋଲିସ

ଶ୍ରୀନଗର, (ଓଡ଼ିଶା ଟାଇମ୍‌): ଗତକାଲି ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ବିସ୍ଫୋରକ (ଆଇଇଡ଼ି) ଥିବା ସାଣ୍ଟ୍ରୋ କାରର ମାଲିକ ସମ୍ପର୍କରେ ସୂଚନା ହସ୍ତଗତ ହୋଇଛି । ପୁଲଓ୍ୱାମା-ପାର୍ଟ ୨କୁ ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ଜଣେ ସ୍ଥାନୀୟ ଆତଙ୍କବାଦୀକୁ ଚିହ୍ନଟ କରିଛି ଜାମ୍ମୁ ଓ କାଶ୍ମୀର ପୋଲିସ । ଶୋପିଆନ୍ ଜିଲ୍ଲାର ଜଣେ ସକ୍ରିୟ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀର ବୋଲି ଜଣାପଡିଛି ।

ବୋମା ନିଷ୍କ୍ରିୟକାରୀ ଦଳ କାରରେ ଥିବା ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରିଦେଇଥିଲେ । ତେବେ କାରରେ ଏକ ନକଲି ନମ୍ବର ପ୍ଲେଟ୍ ଲାଗିଥିଲା ଏବଂ କାର ଭିତରେ ଥିବା ଏକ ଡ୍ରମରେ ବହୁ ପରିମାଣର ଆଇଇଡ଼ି ଖଞ୍ଜା ଯାଇଥିଲା । ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ କାର୍ୟ୍ୟାନୁଷ୍ଠାନ ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି ବୋଲି କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି । ଏଭଳି ଏକ ଆକ୍ରମଣକୁ ପଣ୍ଡ କରିଛୁ ଯାହା ୨୦୧୯ ପୁଲୱାମା ଆକ୍ରମଣ ସହିତ ସମାନ ଥିଲା ।

Leave a Reply

Your email address will not be published. Required fields are marked *