ମାସ୍କ ପିନ୍ଧିବା ନେଇ ଲୋକଙ୍କୁ ସଚେତନ କରିବ ଡ୍ରୋନ : ସିପି

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  କରୋନା ଭାଇରସ ମୁକାବିଲା ପାଇଁ ସାମାଜିକ ଦୂରତା ନିୟମ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କିଛି ଲୋକ ଏହାକୁ ପାଳନ କରୁ ନାହାନ୍ତି । ତେଣୁ କୋଭିଡ-୧୯ ନିୟମ ଉଲଂଘନ କରୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱର କମିସନରେଟ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଡ୍ରୋନ ଖଞ୍ଜିବାକୁ ନିଷ୍ପତ୍ତି ନେଇଛି । ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ରାଜଧାନୀରେ ଲୋକଙ୍କୁ ସାମାଜିକ ଦୂରତାକୁ ପାଳନ କରିବାକୁ ହେବ । ଏଥିପାଇଁ ଟିମ ମୃତୟନ ହେବେ । ଏମାନେ ବଜାର ଓ ମଖ୍ୟ ରାସ୍ତା ଗୁଡିକ ଉପରେ ନଜର ରଖିବେ । କୋଭିଡ-୧୯ ନିୟମ ଉଲଙ୍ଘନ କରୁଥିବା ଅର୍ଥାତ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କଠାରୁ ଏହି ଟିମ ଜରିମାନା ଆଦାୟ କରିବ ।

Leave a Reply

Your email address will not be published.