ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଲେ ପୋଲିସ ଡିଜି

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତକାଲି କନ୍ଧମାଳ ପୁଲିସର କମ୍ବିଂ ଅପରେସନ ବେଳେ ହୋଇଥିବା ଗୁଳିବିନିମୟରେ ୨ ମାଓବାଦୀଙ୍କ ମୃତ୍ୟୁ ପରେ ଡିଜିପି ଅଭୟ ଫୁଲବାଣୀଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭୟ ପୋଲିସରଏହି ସଫଳତା ପାଇଁ ଏସ୍ଓଜି ଟିମର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ କନ୍ଧମାଳ ଏସପି, ଦକ୍ଷିଣାଂଚଳ ଡିଆଇଜିଙ୍କୁ ଅଭିନନ୍ଦନ ଜଣାଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ମାଓବାଦୀ ମାନେ ଅସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ରାଜ୍ୟର ଉନ୍ନୟନ କାର୍ଯ୍ୟରେ ସହଭାଗୀ ହୁଅନ୍ତୁ ବୋଲି ଡିଜିପି ଅଭୟ ଆହ୍ବାନ କରିଛନ୍ତି ।

ରାଜ୍ୟରେ ଏବେ ଓଡିଆ ମାଓବାଦୀଙ୍କ ସଂଖ୍ୟା ବହୁତ ନଗଣ୍ୟ । ତେଣୁ ମାଓବାଦୀମାନେ ଆତ୍ମ ସମର୍ପଣ କରି  ଓଡିଶା ସରକାରଙ୍କ ଆତ୍ମସମର୍ପଣ ପଲିସିର ଫାଇଦା ନିୟନ୍ତୁ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଂଚଳ  ଡିଆଇଜି ସତ୍ୟବ୍ରତ ଭୋଇ ଗତ କାଲିର ପୁଲିସ୍ ଅଭିଯାନ ସମ୍ପର୍କରେ ବିସ୍ତୃତ ସୃଚନା ଦେଇଥିଲେ। ଏହି ଅଭିଯାନ ବେଳେ ହୋଇଥିବା ଗୁଳିବିନିମୟରେ ଜଣେ ମହିଳା ମାଓବାଦୀଙ୍କ ସମେତ ୨ ଜଣ ନିହତ ହୋଇଛନ୍ତି । ଏଥି ସହ ଗୋଟିଏ ଇନସାସ୍ ଦୁଇଟି ଦେଶୀ ବନ୍ଧୁକ ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଇଜି ଓପରେସନ, ଇଣ୍ଟିଲିଜେଣ୍ଟ ନିର୍ଦ୍ଦେଶକ ସମେତ ଏସପି କନ୍ଧମାଳ ଭିନିତ୍ ଅଗ୍ରୱାଲ ଉପସ୍ଥିତ ଥିଲେ।

Leave a Reply

Your email address will not be published.