ରାଉରକେଲା ଗସ୍ତରେ ପୋଲିସ ଡିଜି

ଭୁବନେଶ୍ବର, (ଓଡିଶା ଟାଇମ୍): ଡିଜିପି ଅଭୟ ରବିବାର ରାଉରକେଲା ଗସ୍ତ କରିବାର କାର୍ଯ୍ୟକ୍ରମର ରହିଛି । ସେ ସିଭିକ୍ ସେଣ୍ଟରରେ ଏକ ସମ୍ମାନୀତ କାର୍ଯ଼୍ୟକ୍ରମରେ ଅଂଶ ଗ୍ରହଣ କରିବେ ।

ଏହି କାର୍ଯ୍ୟକ୍ରମରେ କୋଭିଡ ସମୟରେ ଜୀବନ ହାରିଥିବା କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ସମ୍ମାନିତ କରାଯିବ । ଡିଜି ୬ଟି ପୋଲିସ ଜିଲ୍ଲାର କୋଭିଡ ଯୋଦ୍ଧାଙ୍କ ପରିବାରକୁ ସମ୍ମାନୀତ କରିବେ ବୋଲି ଜଣାପଡିଛି । ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା ଓ କେନ୍ଦୁଝର ପୋଲିସ ଜିଲ୍ଲାରେ ପ୍ରାଣ ହରାଇଥିବା କୋଭିଡ୍ ଯୋଦ୍ଧାଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ସମୁଦାୟ ୪୪ ଜଣଙ୍କୁ ଡିଜିପି ସମ୍ମାନିତ କରିବେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *