ରାଜ୍ୟ ଫରେନସିକ୍ ଲ୍ୟାବ୍‌ର ନୂତନ ଗୃହ କାର୍ଯ୍ୟକ୍ଷମ, ଲୋକର୍ପିତ କଲେ ପୋଲିସ ଡିଜି

ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ବର ରସୁଲଗଡ ସ୍ଥିତ ରାଜ୍ୟ ଫରେନସିକ୍ ଲ୍ୟାବ୍ ର ନୂତନ ଗୃହକୁ ଉଦଘାଟନ କରିଛନ୍ତି ପୋଲିସ ଡିଜି ଅଭୟ । ଏହି ଫୋରେନସିକ୍ ଲ୍ୟାବ୍ ରେ ଉନ୍ନତମାନର ଯନ୍ତ୍ରପାତି ସହ ଅତ୍ୟାଧୁନିକ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ପୂର୍ବରୁ କୌଣସି ଅପରାଧିକ ମାମଲାରେ ରକ୍ତ ନମୁନା ଓ ଭିସେରା ପରୀକ୍ଷା ପାଇଁ ବାହାର ରାଜ୍ୟକୁ ପଠାଯାଉଥିଲା । ଯାହାକି ଅଧିକ ସମୟ ସାପେକ୍ଷ ଥିଲା । ଏବେ ଏଠାରେ ଲ୍ୟାବ୍ ହେବା ଫଳରେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ତଦନ୍ତରେ ମଧ୍ୟ ଅଗ୍ରଗତି ହୋଇପାରିବ ।

Leave a Reply

Your email address will not be published. Required fields are marked *