ପିସିଆର୍ ଭ୍ୟାନ୍ ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଗିରଫ
ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱର ଆଇଆର୍ସି ଭିଲେଜ ସ୍ଥିତ ଭିଆଇପି କଲୋନୀରେ ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଭ୍ୟାନ୍ ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ କମିଶନରେଟ୍ ପୋଲିସ୍ ଆଜି ୫ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।
ଗତକାଲି ଦିନ ସାଢେ ୧୧ଟା ସମୟରେ ଆଇଆର୍ସି ଭିଲେଜ N-2 ଲେନ୍ରେ ଏକ ପିକ୍ଅପ୍ ଭ୍ୟାନ୍ରେ ଆକ୍ରମଣ ପ୍ରତି ଆକ୍ରମଣରେ ଡ୍ରାଇଭର ଟୁକୁନା ଓରଫ୍ ଜଟିଆଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଲୋକମାନେ ଅଭିଯୁକ୍ତ ୨ ଭାଇ ସାଗର ପୃଷ୍ଟି ଓ ସୁଧିର ପୃଷ୍ଟିଙ୍କୁ ପିସିଆର୍ ଭ୍ୟାନ୍ରୁ ଟାଣି ଆଣି ଆକ୍ରମଣ କରିବା ସହ ପିସିଆର୍ ଭ୍ୟାନ୍ ଭଙ୍ଗାରୁଜା କରିଥିଲେ।