ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶାରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶ୍ରୀକାନ୍ତ ଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଉଭୟଙ୍କୁ କରୋନା ନେଇ ବିଧାୟକ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି । ପୂର୍ବରୁ ଓଡ଼ିଶାର ୩ ଜଣ ବିଧାୟକ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ଏନେଇ ପୋଲସରା ବିଧାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ପୂର୍ବରୁ ଗଞ୍ଜାମରୁ ଫେରିଥିଲେ । ଏହାସହ ତାଙ୍କୁ ମଝିରେ ମଝିରେ ଜ୍ୱର ହେଉଥିଲା । ଗତ ୨୨ ତାରିଖ ଦିନ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି । ବର୍ତ୍ତମାନ ସେ ଏବେ ଘରୋଇ ସଙ୍ଗରୋଧରେ ରହିଛନ୍ତି ।

ଅନ୍ୟପଟେ, ଗତ ୨୪ ଘଣ୍ଟା ମଧ୍ୟରେ ୧୫୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave a Reply

Your email address will not be published. Required fields are marked *