ଆସନ୍ତା କାଲି ମୋଦିଙ୍କ ଆମେରିକାଗସ୍ତ: କାହାକୁ ଭେଟିବେ, କ’ଣ ଆଲୋଚନା କରିବେ ଜାଣନ୍ତୁ

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତରେ ଯିବେ। ମହାମାରୀ କୋରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରମୁଖ ବିଦେଶ ଯାତ୍ରା ।  ଦନୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଏବଂ ଅବଦଳୁଥିତବା ବିଶ୍ଵ ପରିସ୍ଥିତିରେ ବୈଦେଶିକ ସମ୍ପର୍କକୁ ଆବଶ୍ୟକ ମୋଡ଼ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ଵପୂଣ୍ଣ ଗ୍ରଣ କରାଯାଉଛି। ଏହି ଅବସରରେ କେମିତି ରହିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। କେଉଁ ବିଷୟକୁ ପ୍ରମୁଖ ଧ୍ୟାନ ଦିଆଯିବ ସେ ବିଷୟରେ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ଗଣମାଧ୍ୟମକୁ ଜଣାଇଛନ୍ତି। ଆସନ୍ତୁ ନଜର ପକାଇବା ଏହି ବୁଲେଟିନ୍‌ ଉପରେ।

 

ବୁଧବାରଠାରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ଵପୂଣ୍ଣ ଯୁକ୍ତରାଷ୍ଟ୍ର ଆମେରିକା ବୈଠକ। ଏହି ବୈଠକକୁ ସବୁଦାୟ ୫ ଦିନ ରେ ସୀମିତ ରଖାଯାଇଛି।    ବିଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କର ଏହା ହେବ ପ୍ରଥମ ଫିଜିକାଲ ମିଟିଂ ବା ପ୍ରତ୍ୟକ୍ଷ ସାକ୍ଷାତ ବୈଠକ। ଏହି ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନାରେ ସୁରକ୍ଷା, ପ୍ରତିରକ୍ଷା ଏବଂ ବାଣିଜ୍ୟ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇବ । ବୈଦେଶିକ ବିଭାଗ ସଚିବ ହର୍ଷ ଶ୍ରୀଙ୍ଗଲା ପ୍ରଧାନମନ୍ତ୍ରୀଙ୍କ ସସ୍ତ ସଂପର୍କରେ ସୂଚନା ଦେଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଫଗାନିସ୍ତାନରେ ବର୍ତ୍ତମାନ ପରିସ୍ଥିତି ସଂପର୍କରେ ଆଲୋଚନା କରିବେ ମୋଦି ଏବଂ ବିଡେନ । ଏହାସହ ବିଶ୍ୱରୁ ଆତଙ୍କବାଦୀ ନେଟୱର୍କର କିପରି ପରିସମାପ୍ତି ଘଟାଯିବ ସେ ସଂପର୍କରେ ବି ଚର୍ଚ୍ଚା ହେବ ।

  • ଶ୍ରୀଙ୍ଗଲାଙ୍କ କହିବା ଅନୁସାରେ ପ୍ରଧାରନମନ୍ତ୍ରୀ ମୋଦି, ଆମେରିକା ଉପ ରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଭେଟିବେ। ଦୁଇ ଦେଶ ମଧ୍ୟରେ ବ୍ୟାବସାୟିକ ସମ୍ପର୍କରେ ଉନ୍ନତି ପାଇଁ ସେଠାକାର ଅଗ୍ରଣୀ କମ୍ପାନୀଗୁଡିକର ସିଇଓମାନଙ୍କ ସହ ଆଲୋଚନା କରିବେ।

 

  • ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । କୋଭିଡ-19 ସମ୍ମିଳନୀରେ ବି ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କୋଭିଡ ସଂପର୍କରେ ବଡ଼ ଘୋଷଣା କରିଥିଲା ଭାରତ । ଆସନ୍ତା ଅକ୍ଟୋବରରୁ ଭାରତ, ବିଦେଶକୁ କୋଭିଡ ଭାକ୍ସିନ ରପ୍ତାନୀ କରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ଘୋଷଣା କରିଥିଲେ ।
  • ସେପଟେମ୍ବର ୨୪ରେ ପ୍ରଧାନମନ୍ତ୍ରୀ କ୍ବାଡ୍ରିଲାଟେରାଲ୍ ସିକ୍ୟୁରିଟି ଡାଇଲଗ୍- QUAD ବୈଠକରେ ଯୋଗଦେବେ । ଏଥିରେ ଭାରତ ସମେତ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ସଦସ୍ୟ ଅଛନ୍ତି । QUAD ହେଉଛି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ରଣନୀତି ସଂପର୍କିତ ଆଲୋଚନା ଫୋରମ ।

 

  •  ଆଫଗାନିସ୍ତାନରେ ରାଜନୈତିକ ପରିବର୍ତ୍ତନ ଏବଂ କେନ୍ଦ୍ରୀୟ ଓ ଦକ୍ଷିଣ ଏସିଆରେ ପୁଣି ଆତଙ୍କବାଦ ମୁଣ୍ଡ ଟେକିଥିବା ବେଳେ, ମୋଦି ଏବଂ ବିଡେନଙ୍କ ଭେଟ ଘାଟର ଗୁରୁତ୍ବ ଅଧିକ ରହିଛି । ପ୍ରଧାନମନ୍ତ୍ରୀ ୨୬ ତାରିଖରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ।

Leave a Reply

Your email address will not be published. Required fields are marked *