ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦଘାଟନ କରିବେ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜରାଟରେ ପହଞ୍ଚିଛନ୍ତି। ସେ ଦୁଇ ଦିନ ଗୁଜରାଟରେ ରହିବେ। ପ୍ରଧାନମନ୍ତ୍ରୀ ଗୁଜରାଟରେ ପହଞ୍ଚି ଗତକାଲି(ଗୁରୁବାର) ମୃତ୍ୟୁବରଣ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ନର୍ମଦା ଜିଲ୍ଲାର କେଭାଡିଆର ଜଙ୍ଗଲ ସଫାରି ନାମରେ ଜଣାଶୁଣା ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦଘାଟନ କରିବେ।
ସୂଚନାଯୋଗ୍ୟ ଗୁରୁବାର ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ହୋଇଥିଲା। ଦୀର୍ଘ ଦିନ ସେ ଅସୁସ୍ଥ ଥିଲେ। କେଶୁଭାଇ ୧୯୯୫ ଓ ୧୯୯୮ରୁ ୨୦୦୧ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ। ତାଙ୍କ ପରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ହୋଇଥିଲେ।