ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଅନ୍‌ଲକ୍-୨ର ମାର୍ଗଦର୍ଶିକା ସୋମବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଶବାସୀଙ୍କୁ ବାର୍ତ୍ତାଦେବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରୁ ଟ୍ବିଟ ଜରିଆରେ ସୂଚନା ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ଦେଶର ସାମ୍ପ୍ରତିକ କରେନା ପରିସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ସହ ପଡୋଶୀ ଚୀନ୍ ସହିତ ସୀମା ବିବାଦକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ତିକ୍ତତା ସମ୍ପର୍କରେ ମଧ୍ୟ ଦେଶବାସୀଙ୍କୁ ସୂଚନା ଦେବା ସହ ଭାରତ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିପାରନ୍ତି ।

ଦିନକୁ ଦିନକୁ ଦେଶରେ କରୋନା ସଂକ୍ରମଣ ବଢିଚାଲିଛି । ସ୍ବାରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନଲକ୍-୨ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଅନଲକ୍-୧ ଶେଷ ହେବାକୁ ଯାଉଛି । ଜୁଲାଇ ୧ରୁ ୩୧ ଯାଏଁ କେବଳ କଣ୍ଟେନମେଣ୍ଟ ଜୋନ୍ ରେ ଲକ୍ ଡାଉନ୍ ପାଳନ କରାଯିବ ।

ଅନଲକ୍-୨ ଗାଇଡ୍ ଲାଇନ୍ ଅନୁସାରେ ଜୁଲାଇ ୩୧ ଯାଏଁ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ବିମାନଯାତ୍ରୀ, ମେଟ୍ରୋ ରେଲ୍, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ଏଣ୍ଟରଟେନମେଣ୍ଟ ପାର୍କ, ଥିଏଟର, ବାର୍, ଅଡିଟୋରିଅମ୍, ଆସେମ୍ବ୍ଲି ହଲ୍ ସବୁ କିଛି ବନ୍ଦ ରହିବ ।

ସେହିଭଳି ସାମାଜିକ, ରାଜନୈତିକ, କ୍ରୀଡା, ଏଣ୍ଟରଟେନମେଣ୍ଟ, ଶିକ୍ଷାଗତ, ସାଂସ୍କୃତିକ, ଧାର୍ମିକ ସଭା ବା ଉତ୍ସବ ଜୁଲାଇ ୩୧ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ ଅନଲକ୍-୨ରେ ନାଇଟ୍ କର୍ଫ୍ୟୁ କ୍ଷେତ୍ରରେ କିଛିଟା କୋହଳ କରାଯାଇଛି ।

Ppଅନଲକ୍ ୱାନରେ ରାତି ୯ରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଅନଲକ୍-୨ରେ ରାତି ୧୦ରୁ ଭୋର୍ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ତେଣୁ ଏସବୁ ଭିତରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ’ଣ ସବୁ କହିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *