ଆଜି ଦିନ ୧୧ ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେଡିଓରେ  ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଚଳିତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହେଉଛି ୬୬ତମ ସଂସ୍କରଣ।  ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ଚୀନ୍ ସହିତ ଚାଲିଥିବା ବିବାଦ ଏବଂ ମୁଖ୍ୟ ବିରୋଧୀ କଂଗ୍ରେସ ଦ୍ୱାରା ଗ୍ରହଣ କରାଯାଉଥିବା ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ସେ ସାଧାରଣ ଜନତାଙ୍କ ସମ୍ମୁଖରେ ନିଜର ସ୍ଥିତି ଉପସ୍ଥାପନ କରିପାରିବେ।

ଏଥି ସହିତ ଜୁନ ୩୦ ଅନଲକ ୦.୧ ଶେଷ ହେବା ପରେ କ’ଣ କରାଯିବ, ସେନେଇ ସୂଚନା ପ୍ରଦାନ କରିପାରନ୍ତି । କରୋନା ଭାଇରସ ମହାମାରୀ କାରଣରୁ ଏବେ ଦେଶରେ ୫ଟି ପର୍ୟ୍ୟାୟରେ ଶେଷ ହେବା ପରେ ଅନଲକ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ଗତ ମାର୍ଚ୍ଚ ୨୯, ଏପ୍ରିଲ ୨୬ ଓ ମେ’ ମାସ ୩୧ ତାରିଖରେ ରେ ମନ୍ କୀ ବାତ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ଆଜ

Leave a Reply

Your email address will not be published.