ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା : ଓଡିଶା ସମେତ ୬ ରାଜ୍ୟର ସିଏମ୍ଙ୍କ ସହ ମୋଦିଙ୍କ ବୈଠକ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କୋଭିଡ୍ ସ୍ଥିତି ନେଇ ଆସନ୍ତା ଜୁଲାଇ ୧୬ ତାରିଖରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ମୋଦି । ୬ ରାଜ୍ୟ ଓଡିଶା, ମହାରାଷ୍ଟ୍ର,, ଆନ୍ଧ୍ର ପ୍ରଦେଶ ତାମିଲନାଡୁ, କେରଳ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଆସନ୍ତା ୧୬ ତାରିଖ ଦିନ ୧୧ଟା ବେଳେ ଭର୍ଚୁଆଲ ମାଧ୍ୟମରେ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କଥା ହେବେ ମୋଦି ।
ଦେଶରେ କରୋନାର ଦ୍ବିତୀୟ ଲହର କମୁଥିବା ବେଳେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିଭିନ୍ନ ରାଜ୍ୟ । ସ୍ଥିତି ସୁଧୁରୁଥିବାରୁ କଟକଣା କୋହଳ କରାଯିବା ସହିତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । କିନ୍ତୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଥିବା ବେଳେ ଏଥିପାଇଁ ରାଜ୍ୟ ସରକାରମାନେ କିଭଳି ପଦକ୍ଷେପ ନେବେ ସେ ନେଇ ଭର୍ଚୁଆଲ ବୈଠକରେ ଆଲୋଚନା ହୋଇପାରେ ।