ମଦୁରାଇ ମିନାକ୍ଷୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦି

ମଦୁରାଇ, (ଓଡିଶା ଟାଇମ୍) :୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେବେଳେ ପଶ୍ଚିମବଙ୍ଗ, କେତେବେଳେ କର୍ଣ୍ଣାଟକ ତ କେତେବେଳେ ତାମିଲନାଡୁରେ ରାଲି କରୁଛନ୍ତି। ଦକ୍ଷିଣ ଭାରତରେ ନିର୍ବାଚନ ଅଭିଯାନ ମଧ୍ୟରେ ମୋଦି ଗୁରୁବାର ଦିନ ମଦୁରାଇରେ ପହଞ୍ଚିଥିଲେ। ମଦୁରାଇରେ ପହଞ୍ଚିବା ପରେ ପ୍ରସିଦ୍ଧ ମିନାକ୍ଷୀ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ।

ମନ୍ଦିର ପରିସରରେ ପହଞ୍ଚିବା ପରେ ମୋଦି ବିଧି ମୁତାବକ ପୂଜା ସାମଗ୍ରୀ କିଣିଥିଲେ ଓ ମନ୍ଦିର ପ୍ରବେଶ ଦ୍ୱାରରୁ ପୂଜା କରି ଭିତରକୁ ପ୍ରବେଶ କରିଥିଲେ।

ମୋଦି ମନ୍ଦିରରେ ପହଞ୍ଚିବା ଖବର ଶୁଣି ବହୁ ସଂଖ୍ୟାରେ ସମର୍ଥକ ମଧ୍ୟ ସେଠାରେ ପହଞ୍ଚିଥିଲେ। ମୋଦି ସମର୍ଥକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ମୋଦି ପୁରା ପାରମ୍ପରିକ ବେଶଭୂଷାରେ ମିନାକ୍ଷୀ ସୁନ୍ଦରଶ୍ବର ମନ୍ଦିର ଯାଇଥିଲେ। ସେ ତାମିଲନାଡୁର ପାରମ୍ପରିକ ପରିଧାନ ପିନ୍ଧିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଯେଉଁ ମନ୍ଦିରକୁ ଯାଆନ୍ତି ସେହି ରାଜ୍ୟର ପାରମ୍ପରିକ ପରିଧାନ ଧାରଣ କରିଥାନ୍ତି।

ମିନାକ୍ଷୀ ସୁନ୍ଦରଶ୍ବର ମନ୍ଦିରରେ ପୂଜା କରିବା ସମୟରେ ମୋଦି ସେଠାକାର ଲୋକଙ୍କ ସହ କଥାବାର୍ତ୍ତା କରିଥିବା ନଜର ଆସିଥିଲେ। ସେ ମନ୍ଦିରର ପୁରାତନ କଥା ଓ ବିଶ୍ୱାସ ସମ୍ପର୍କରେ କଥାବାର୍ତ୍ତା କରିଥିଲେ।

Leave a Reply

Your email address will not be published. Required fields are marked *