ଗରିବ କଲ୍ୟାଣ ଅଭିଯାନର ଶୁଭାରମ୍ଭ; ଓଡ଼ିଶାର ୪ ଜିଲ୍ଲା ସାମିଲ୍
ଭୁବନେଶ୍ବର , (ଓଡିଶା ଟାଇମ୍) : ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବାରେ ଏହି ଯୋଜନା ସହାୟକ ହେବ । ଓଡ଼ିଶା ସମେତ ୬ଟି ରାଜ୍ୟର ୧୧୬ ଗ୍ରାମୀଣ ଜିଲ୍ଲାରେ ଏହି ଅଭିଯାନ ଚାଲିବ । ୬ଟି ରାଜ୍ୟର ଯଥା ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାରଖଣ୍ଡ ଓ ଓଡ଼ିଶା ର ୧୧୬ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ। ଏଥିରେ ଓଡ଼ିଶାର ୪ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଜିଲ୍ଲା ବି ରହିଛି। ୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରିମକଙ୍କୁ ଏହି ନିଯୁକ୍ତି ମିଳିବ । କୁଶଳୀ ଶ୍ରମିକମାନଙ୍କର ଦକ୍ଷତା ଓ ତାଲିମ ଭିତ୍ତିରେ ନିଯୁକ୍ତି ମିଳିବ । ଭିତ୍ତିଭୂମି ସହ ସମ୍ପୃକ୍ତ ୨୫ଟି ଯୋଜନାରେ ଶ୍ରମିକମାନେ କାର୍ଯ୍ୟ କରିବେ । ଅଭିଯାନ ପାଇ ବ୍ୟୟ ବରାଦ ହୋଇଛି ୫୦ହଜାର କୋଟି ଟଙ୍କା ବୋଲି ସୂଚନା ରହିଛି ।
ଦେଶରେ କରୋନା ଭାଇରସ୍ ସ୍ଥିତି ଯୋଗୁ କେନ୍ଦ୍ର ସରକାର ଦେଶର ମାର୍ଚ୍ଚ ୨୧ ତାରିଖରୁ ମୋ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଥିଲେ। ଏହାପରେ ବିଭିନ୍ନ କମ୍ପାନୀ ଓ କାର୍ଯ୍ୟ ସଂସ୍ଥା ବନ୍ଦ ହୋଇଯିବାରୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ଗାଁକୁ ଫେରି ଆସିଥିଲେ। ଫଳରେ ଦେଶର ବେରୋଜଗାରୀ ବଢିଯାଇଥିଲା। ଏବେ ସେମାନଙ୍କ କାମ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି।
ଭିଡିଓ କନଫରେନ୍ସିଂରେ ଏହି ଯୋଜନାର ଶୁଭାରମ୍ଭ କରିବା ବେଳେ ଦେଶ କରୋନା ଭାଇରସ୍ ସହିତ କିପରି ଲଢ଼ିଛି ସେ ବିଷୟରେ ବି ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଦେଶର ସମସ୍ତ କରୋନା ଯୋଦ୍ଧା ଓ ରାଜ୍ୟସରକାରମାନଙ୍କୁ ଧନ୍ୟବାଦ ଦେଇଥିଲେ।