ଆସନ୍ତାକାଲି ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନଭେମ୍ବର ୨୪ ତାରିଖରେ ସବୁଠାରୁ ପ୍ରବାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ଏହି ବୈଠକ ସକାଳ ୧୦ଟାରୁ ଆରମ୍ଭ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହାପରେ ଦିନ ୧୨ଟାରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦୀ ।

ବୈଠକରେ କରୋନା ଭାଇରସର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ସ୍ଥିତିକୁ ମଧ୍ୟ ସମୀକ୍ଷା କରିବେ । ଆହୁରି ମଧ୍ୟ ଭାକସିନ୍ ବିତରଣକୁ ନେଇ ରଣନୀତି ଉପରେ ଆଲୋଚନା ହେବ ।

ଯେତେବେଳେ ଭାକସିନ୍ ଉପଲବ୍ଧ ହେବ କିପରି ସମସ୍ତେ ସୂଚାର ରୂପେ ପାଇପାରିବେ ସେନେଇ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ୫ଟି ଭାକସିନର ଟ୍ରାଏଲ ଶେଷ ପର୍ଯ୍ୟାୟରେ ପହଁଚିଛି । ଏହି ସବୁର ସଫଳତା ହାର ମଧ୍ୟ ଅଧିକ ରହିଛି ।

Leave a Reply

Your email address will not be published. Required fields are marked *