ବିହାର ନିର୍ବାଚନ: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ନିର୍ବାଚନୀ ମଇଦାନକୁ ଓହ୍ଲାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି। ବିହାରରେ ଦୁଇ ନେତାଙ୍କ ଆଜି ଏହା ହେଉଛି ପ୍ରଥମ ରାଲି। ତେବେ ମୋଦି ଆଜି ବିହାରରେ ତିନିଟି ରାଲି କରିବେ ଓ ରାହୁଲ କରିବେ ଦୁଇଟି ରାଲି। ପିଏମ ମୋଦିଙ୍କ ସହ ନଜର ଆସିବେ ନୀତିଶ କୁମାର ଓ ତେଜସ୍ବୀ ଯାଦବଙ୍କ ସହ ଦେଖିବାକୁ ମିଳିବ ରାହୁଲ। ଏହି ଦୁଇ ପକ୍ଷ କରୋନା ନିୟମ ପାଳନ କରିବେ।

ପିଏମ ମୋଦି ଆଜି ତିନିଟି ସ୍ଥାନରେ ଅର୍ଥାତ ରୋହତାସ, ଗୟା ଓ ଭାଗଲପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ରୋହତାସ ଓ ଭାଗଲପୁରରେ ନୀତିଶ କୁମାର ମୋଦିଙ୍କ ସହ ରହିବେ। ସେହିପରି ରାହୁଲ ଗାନ୍ଧି ମଧ୍ୟ ଭାଗଲପୁର ଜିଲ୍ଲାର କହଲଗାଁ ଓ ନବାଦର ହିସୁଆରେ ରାଲି​ କରିବେ। ଏହି ଅବସରରେ ରାହୁଲଙ୍କ ସହ ନଜର ଆସିବେ ତେଜସ୍ବୀ ଯାଦବ।

ବିହାର ଗ୍ରସ୍ତ ପୂର୍ବରୁ ମୋଦି ଟ୍ବିଟ୍ କରି ଏ ବାବଦରେ ଜଣାଇଛନ୍ତି। ଏହା ସହ ସେ ବିହାରବାସୀଙ୍କ ସାମ୍ନାରେ ଏନଡିଏର ବିକାଶ ଏଜେଣ୍ଡାକୁ ଲୋକଙ୍କ ସାମ୍ନାରେ ରଖିବା​ କହିଛନ୍ତି। ଆଜି ସକାଳ ୯.୩୦ରେ ମୋଦିଙ୍କର ପ୍ରଥମ ରାଲି ଅନୁଷ୍ଟିତ ହେବ। ସେହିପରି ଦ୍ବିତୀୟ ରାଲି ୧୧.୧୫ ଓ ତୃତୀୟ ରାଲି ୧.୩୦ରେ ହେବ। ପିଏମ ମୋଦିଙ୍କ ରାଲିକୁ ଦୃଷ୍ଟିରେ ରଖି କରୋନା ପ୍ରୋଟୋକଲକୁ ପୂରା ପାଳନ କରାଯିବ।

Leave a Reply

Your email address will not be published. Required fields are marked *