ଆଜି ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଶନିବାର ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଅଧ୍ୟକ୍ଷତା କରିବେ । ଭିଡିଓ କନଫରେନ୍ସିଂରେ ସକାଳ ୧୦ଟା ୩୦ରୁ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ଷଷ୍ଠ ବୈଠକ ଆୟୋଜିତ ହେବ ।

ବୈଠକରେ କୃଷି, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ସ୍ୱାସ୍ଥ୍ୟ ଓ କୁପୋଷଣ ଉପରେ ଆଲୋଚନା କରାଯିବ । ଏହାସହ ଗତ ବୈଠକରେ ଦିଆଯାଇଥିବା ଟାର୍ଗେଟ୍ ଉପରେ ମଧ୍ୟ ସମୀକ୍ଷା କରାଯିବ । ଶନିବାରର ବୈଠକରେ ବିଭିନ୍ନ ପ୍ରସଙ୍ଗ ସହ ଆଗତ ହୋଇଥିବା ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ନୀତି ଆୟୋଗର ଏହି ବୈଠକରେ କିନ୍ତୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ସାମିଲ ହେବେ ନାହିଁ । ସେ ଅସୁସ୍ଥ ଥିବାରୁ ବୈଠକରେ ସାମିଲ ହୋଇପାରିବେ ନାହିଁ । ତାଙ୍କ ସ୍ଥାନରେ ଅର୍ଥମନ୍ତ୍ରୀ ସାମିଲ ହେବେ । ଅର୍ଥମନ୍ତ୍ରୀ ମନପ୍ରିତ ସିଂ ବାଦଲ ତାଙ୍କ ସ୍ଥାନରେ ବୈଠକରେ ଭାଗ ନେବେ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବୈଠକରେ ସାମିଲ ହେବେ ନାହିଁ ବୋଲି ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *