‘ଦିଲ୍ଲୀରେ ତ୍ରିରଙ୍ଗାର ଅପମାନ ଦେଶବାସୀଙ୍କୁ ଦୁଃଖିତ କରିଛି’ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ରେଡିଓ କାର୍ଯ୍ୟକ୍ରମରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ଚାଷ ଜମିକୁ ଆଧୁନିକ କରିବା ପାଇଁ ପ୍ରତିବଦ୍ଧ ଅଟନ୍ତି । ଏହାସହ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ଉଠାଉଛନ୍ତି । ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ । ଗଣତନ୍ତ୍ର ଦିବସରେ ଲାଲ୍ କିଲ୍ଲାରେ ଯାହା ହେଲା ତାକୁ ନେଇ ଦେଶବାସୀ କ୍ଷୁବ୍ଧ ଅଛନ୍ତି । ତ୍ରିରଙ୍ଗାର ଅପମାନ ଦେଶକୁ ଦୁଃଖିତ କରିଛି । ସେ ଆହୁରି କହିଛନ୍ତି ଯେ, ୧୫ ଦିନରେ ୩୦ ଲକ୍ଷଙ୍କୁ ଟିକାକରଣ କରାଯାଇଛି । ମନ୍ କୀ ବାତ୍ କାର୍ଯ୍ୟକ୍ରମ କରିବା ବେଳେ ଜନତାଙ୍କ ପାଖରେ ଥିବା ଭଳି ମନେହୁଏ । ଆମର ଛୋଟ ଛୋଟ କଥା ଅନେକ କିଛି ଶିଖାଇଥାଏ । ଯାହା ବଞ୍ଚିବାକୁ ପ୍ରେରଣା ଦେଇଥାଏ । ସଙ୍କଟ ସମୟରେ ଭାରତ ଅନ୍ୟମାନଙ୍କୁ ସେବା ଯୋଗାଉଛି । କାରଣ ଭାରତ ପାଖରେ ଔଷଧ ଓ ଭାକସିନ୍ ରହିଛି । ଏହା ଆତ୍ମନିର୍ଭର ଅଭିଯାନ ଅଟେ ।

ସେ ଆହୁରି କହିଛନ୍ତି ଯେ, ଦେଶବାସୀ ସ୍ୱାଧିନତା ସଂଗ୍ରାମୀଙ୍କ ବାବଦରେ ଲେଖନ୍ତୁ । ନୂଆ ଅଭିଯାନ ଆରମ୍ଭ ହେବ । ଯାହା ସମସ୍ତ ରାଜ୍ୟର ଯୁବ ଲେଖକଙ୍କୁ ପ୍ରୋତ୍ସାହିତ କରିବ । ଏହାସହ ଝାନସୀର ଷ୍ଟ୍ରବେରୀ ଫେଷ୍ଟିଭାଲ୍ ବାବଦରେ ମଧ୍ୟ ମୋଦୀ ମତ ରଖିଥିଲେ । ସେ ଆହୁରି କହିଥିଲେ ଯେ, ଚଳିତ ବର୍ଷ ପରେଡରେ ବାୟୁସେନାର ୨ ମହିଳା ଅଫିସର ଇତିହାସ ରଚିଥିଲେ । ଦେଶରେ ମହିଳାଙ୍କ ଯୋଗଦାନ ଲଗାତର ଭାବେ ବଢିବାରେ ଲାଗିଛି । ଦେଶର ଗାଁମାନଙ୍କରେ ଏହି କଥା ପହଁଚିବା ଦରକାର ।

Leave a Reply

Your email address will not be published. Required fields are marked *