ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ଆମେରିକୀୟ ସମ୍ମାନ ‘ଲେଜିଅନ ଅଫ ମେରିଟ୍’
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ପ୍ରତିଷ୍ଠିତ ‘ଲିଜନ୍ ଅଫ୍ ମେରିଟ୍’ ଆଓ୍ୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସଙ୍ଘୁ ମୋଦୀଙ୍କ ତରଫରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।
ଲିଜନ୍ ଅଫ୍ ମେରିଟ୍ ଆମେରିକାର ସବୁଠାରୁ ସମ୍ମାନସ୍ପଦ ପୁରସ୍କାର ମଧ୍ୟରୁ ଅନ୍ୟତମ । ଯାହାକୁ କୌଣସି ଆମେରିକୀୟ ସୈନ୍ୟ ଅଫିସର, ଦେଶ ପାଇଁ କିଛି ଭଲ କାମ କରିଥିବା ବ୍ୟକ୍ତି ବା ଅନ୍ୟ ଦେଶର ପ୍ରମୁଖଙ୍କୁ ପ୍ରଦାନ କରାଯାଏ ।
ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାୟନ ନିଜ ଟ୍ୱଟରେ ଉଲ୍ଲେଖ କରିଛନ୍ତି ଯେ, ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲିଜନ୍ ଅଫ୍ ମେରିଟ ସମ୍ମାନରେ ସମ୍ମାନିତ କରିଛନ୍ତି । ମୋଦୀ ଯେପରି ଭାବେ ଭାରତକୁ ବିଶ୍ୱସ୍ତରରେ ପହଁଚାଇଛନ୍ତି ଓ ଆମେରିକା ସହ ସମ୍ପର୍କକୁ ମଜବୁତ କରିଛନ୍ତି ତାହା ମହତ୍ତ୍ୱପୂର୍ଣ୍ଣ । ତେଣୁ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି ।