ଟ୍ୟାକ୍ସ ସୁଧାର ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ କରଦାତାଙ୍କ ପାଇଁ ‘ଟ୍ରାନ୍ସପରେଣ୍ଟ ଟାକ୍ସେସନ୍‌-ଅନରିଂଙ୍ଗ ଦ ଅନେଷ୍ଟ’ ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ମୋଦି କହିଛନ୍ତି ଯେ ସଚ୍ଚୋଟ ଟିକସ ଦାତାମାନଙ୍କୁ ସମ୍ମାନିତ କଲେ ଯାଇ ଦେଶ ଆଗକୁ ବଢିବ ।

‘ଟ୍ରାନ୍ସପରେଣ୍ଟ ଟାକ୍ସେସନ୍‌-ଅନରିଂଙ୍ଗ ଦ ଅନେଷ୍ଟ’ ଜରିଆରେ ୩ ବଡ ଟିକସ ସୁଧାର ହେବ । ଫେସ୍‌ଲେସ୍ ଆସେସମେଣ୍ଟ, ଫେସ୍‌ଲେସ୍ ଅପିଲ୍ ଓ ଟ୍ୟାକ୍ସପେୟର ଚାର୍ଟର । ଫେସ୍‌ଲେସ୍ ଆସେସମେଣ୍ଟ ଏବଂ ଟ୍ୟାକ୍ସପେୟର ଚାର୍ଟର ଗୁରୁବାର ଦିନ ଠାରୁ ତତ୍କାଳ ଭାବେ ଲାଗୁ କରାଯିବ । ସେହିପରି ଫେସ୍‌ଲେସ୍ ଅପିଲ୍ ସାରା ଦେଶରେ ସେପ୍ଟେମ୍ବର ୨୫ ତାରିଖ ତଥା ଦୀନ ଦୟାଲ୍ ଉପାଧ୍ୟାୟ ଜିଙ୍କ ଜନ୍ମଦିନ ଠାରୁ ଜନତାଙ୍କ ପାଇଁ ଉପଲବ୍ଧ ହେବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ଟ୍ୟାକ୍ସ ପ୍ରଣାଳୀକୁ ଫେସ୍‌ଲେସ୍‌, ଫିୟରଲେସନେସ୍‌, ଫେୟରନେସ୍ ସିଷ୍ଟମ ଉପରେ ଗୁରୁତ୍ୱାରୋପ କରାଯିବ । ଏହା ଛଡା ଆମେ ଯେଉଁ ସହରରେ ରହୁଛୁ, ସେହି ସହରର ଟିକସ ବିଭାଗ ଆମର କାମକୁ ଦେଖିଥାଏ । ଯେଉଁଥିରେ ସ୍କ୍ରୁଟନି, ନୋଟିସ୍‌, ସର୍ଭେ ଆଦି ରହିଛି । କିନ୍ତୁ ଏବେ ସ୍କ୍ରୁଟନି ମାମଲାକୁ ଦେଶର ଯେ କୌଣସି ସ୍ଥାନରେ ଯେ କୌଣସି ଅଧିକାରୀଙ୍କୁ ଆବଣ୍ଟିତ କରାଯାଇ ପାରିବ ।
ଆହୁରି ମଧ୍ୟ ଏବେ ହାଇକୋର୍ଟରେ ୧ କୋଟି ଓ ସୁପ୍ରିମକୋର୍ଟରେ ୨ କୋଟି ଟଙ୍କା ଯାଏଁ କେସର ସୀମା ରଖା ଯାଇଛି । ଯେଉଁଥିପାଇଁ ‘ବିବାଦ ସେ ବିଶ୍ୱାସ’ ଭଳି ଯୋଜନା ରହିଛି, ଯାହାର ଉଦ୍ଦେଶ୍ୟ ରହିବ ଅଧିକାଂଶ ମାମଲା କୋର୍ଟ ବାହାରୁ ଫଇସଲା ହେଉ ।

ଗତ ବର୍ଷ କର୍ପୋରେଟ୍ ଟ୍ୟାକ୍ସର ଦରରେ ୩୦ ପ୍ରତିଶତ ହ୍ରାସ କରାଯାଇ ୨୨ ପ୍ରତିଶତ କରା ଯାଇଥିଲା । ପରେ ନୂଆ ମାନୁଫାକ୍ଟରିଂ ନିର୍ମାଣ ଳାଗି ଏହି ଦରକୁ ୧୫ ପ୍ରତିଶତ ହ୍ରାସ ମଧ କରା ଯାଇଥିଲା । ଏପରିକି ୩୫୬୭୮ ଟ୍ରାକ୍ସକୁ ମଧ୍ୟ ହଟାଇ ଦିଆଯାଇଥିଲା ।

ଏହାଛଡା ଇନକମ୍ ଟ୍ୟାକ୍ସ ବିଭାଗରେ କାର୍ଯ୍ୟକଳାପରେ ଟ୍ରାନ୍ସପରେନ୍ସି ଆଣିବା ପାଇଁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଦ୍ୱାରା ପ୍ରଥମ ଆରମ୍ଭ କରାଯାଇଛି । ପେଣ୍ଡିଂ କେସର ସମାଧାନ ଶୀଘ୍ର କରିବା ଉଦ୍ଦେଶ୍ୟରେ ଆୟକର ବିଭାଗ ପକ୍ଷରୁ ଡାଇରେକ୍ଟ ଟ୍ୟାକ୍ସ ‘ବିବାଦରୁ ବିଶ୍ୱାସ ଅଧିନିୟମ, ୨୦୨୦’ ମଧ୍ୟ ପ୍ରସ୍ତୁତ କରାଯାଇଛି ।

Leave a Reply

Your email address will not be published.