ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜୁରାଟ ଗସ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କେନ୍ଦ୍ର କୃଷିମନ୍ତ୍ରୀ ବିଭିନ୍ନ ରାଜ୍ୟରୁ ଆସିଥିବା କୃଷକ ସଂଗଠନର ନେତା ମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହାସହ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ କୃଷକ ନେତା ବିଚାର ବିମର୍ଶ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଏହା ମଧ୍ୟରେ ପ୍ରଧମାମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଗୁଜୁରାଟର କଚ୍ଛ ଅଞ୍ଚଳକୁ ଦିନିକିଆ ଗସ୍ତ କରିବେ।  କୃଷି ଆଇନ୍‌ ବିରୋଧରେ କୃଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ  ମୋଦୀଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । ମଙ୍ଗଳବାର କଚ୍ଛ ଅଞ୍ଚଳର କୃଷକ ମାନଙ୍କ ସହିତ ଗୁଜୁରାଟର ଶିଖ୍‌ କୃଷକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ତେବେ କିଛି ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନା ମଧ୍ୟ ପ୍ରଧାନମନ୍ତ୍ରୀ କରିପାରନ୍ତି। ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ କଚ୍ଛର କୃଷକଙ୍କ ସହିତ ପ୍ରଥମେ ମୋଦୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ସେହିପରି କଚ୍ଛ ଜିଲ୍ଲାର ଲଖପତ ତାଲୁକା ଅଞ୍ଚଳରେ ପାଖାପାଖୀ ୫ ହଜାର ଶିଖ୍‌ ପରିବାର ବସବାସ କରନ୍ତି । ଏହି କୃଷକ ପରିବାର ସହ ମୋଦୀ ଆଲୋଚନା କରିବେ ।  ନୂଆ କୃଷି ଆଇନକୁ ନେଇ ଏବେବି ରାଜଧାନୀ ସୀମାରେ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *