ବଢୁଛି ମୋଦିଙ୍କ ଲୋକପ୍ରିୟତା; ଟ୍ୱିଟରରେ ୬ କୋଟି ଫଲୋଅର୍ସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଧିରେଧିରେ ବଢୁଥିବା ବେଳେ ତାଙ୍କର ଟ୍ୱିଟର ଆକାଉଣ୍ଟରେ ଫଲୋଅର୍ସ ସଂଖ୍ୟା ୬ କୋଟି ପାର ହୋଇଛି । ଯେତେବେଳେ କି ସେ ୨ ହଜାର ୩୫୪ ଜଣଙ୍କୁ ଫଲୋ କରୁଥିବା ଜଣାପଡିଛି ।

ସୂଚନାନୁଯାୟୀ ୨୦୦୯ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ନିଜ ଆକାଉଣ୍ଟ ଖୋଲିଥିଲେ । ପରବର୍ତ୍ତୀ ସମୟରେ ସେ ଦୁନିଆର ଟପ୍ ଲୋକଙ୍କ ଭିତରେ ରହିପାରିଛନ୍ତି, ଯେଉଁମାନଙ୍କର ଫଲୋଅର୍ସ ସଂଖ୍ୟା ଖୁବ୍ ଅଧିକ ।

ବତ୍ତ୍‌ର୍ମାନ ସମୟରେ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଫଲୋଅର୍ସଙ୍କ ସଂଖ୍ୟା ଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫଲୋଅର୍ସ ସଂଖ୍ୟା ଖୁବ୍ ଅଧିକ ରହିଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କର ଫଲୋଅର୍ସ ସଂଖ୍ୟା ୮ କୋଟି ୩୭ ଲକ୍ଷ ରହିଛି ।

ଏମାନଙ୍କ ବ୍ୟତିତ ଟ୍ୱିଟରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଫଲୋଅର୍ସ ସଂଖ୍ୟା ପ୍ରାୟ ୧୨ କୋଟି ୭୦ ଳକ୍ଷ ରହିଛି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଟ୍ୱିଟର ଫଲୋଅର୍ସ ୨ କୋଟି ୧୬ ଲକ୍ଷ ରହିଥିବା ବେଳେ ବିରୋଧି ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଫଲୋଅର୍ସ ୧କୋଟି ୫୨ ଲକ୍ଷ ରହିଛି ।

୨୦୧୯ ମସିହା ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଫଲୋଅର୍ସ ସଂଖ୍ୟା ୫ କୋଟି ରହିଥିଲା । ମାତ୍ର ୧୦ ମାସ ଭିତରେ ହିଁ ତାଙ୍କୁ ଟ୍ୱିଟରରେ ପ୍ରାୟ ୧ କୋଟି ଲୋକ ଫଲୋ କରିଥିବା ସୁତ୍ରରୁ ପ୍ରକାଶ ।

ପ୍ରଧାନମନ୍ତ୍ରୀ କେବଳ ଯେ ଟ୍ୱିଟରରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥାନ୍ତି ତା’ନୁହେଁ ସେ ଦେଶ ବିଦେଶର ବହୁ ବଡବଡ ଲୋକଙ୍କ ସହ ଯୋଡି ହୋଇଥାଆନ୍ତି ।

Leave a Reply

Your email address will not be published.