ବେଙ୍ଗାଲୁରୁ ବୈଷୟିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ବେଙ୍ଗାଲୁରୁରେ ଟେକ୍ ସମ୍ମିଳନୀର ଉଦଘାଟନ କରିଛନ୍ତି। କର୍ଣ୍ଣାଟକ ସରକାରଙ୍କ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ସୋସାଇଟି (କିଟ୍), ସୂଚନା ପ୍ରଯୁକ୍ତିବିଦ୍ୟା, ବାୟୋଟେକ୍ନୋଲୋଜି ଆଣ୍ଡ ଷ୍ଟାର୍ଟଅପ୍, ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) ଏବଂ ଏମଏମ ଆକ୍ଟିଭ ସାଇ-ଟେକ୍ କମ୍ୟୁନିକେସନର ମିଳିତ ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି।

ଚଳିତ ବର୍ଷ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ନେକ୍ସଟ ଇଜ ନାଓ’ ଅର୍ଥାତ ଯାହା ଆଗକୁ କରିବାର ଅଛି ତାହା ଏବେ ହେବ। ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଯୋଗାଯୋଗ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୂପା ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଆଜି ଡିଜିଟାଲ ଇଣ୍ଡିଆ କୌଣସି ନିୟମିତ ସରକାରୀ ପଦକ୍ଷେପ ଭାବରେ ବିବେଚନା କରାଯାଉ ନାହିଁ ବରଂ ଏହା ସମସ୍ତଙ୍କ ପାଇଁ ସାଧାରଣ ଜୀବନଶୈଳୀର ଏକ ଅଂଶ ଭାବରେ ପରିଣତ ହୋଇଛି। ଟେକ୍ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ୍ ଇଣ୍ଡିଆ ହେତୁ ଆମ ଦେଶ ବିକାଶ ପାଇଁ ଅଧିକ ମାନବିକ ଆଭିମୁଖ୍ୟ ଗ୍ରହଣ କରିଛି। ସେ କହିଛନ୍ତି ଯେ ଏତେ ପରିମାଣରେ ଟେକ୍ନୋଲୋଜି ବ୍ୟବହାର କରିବା ନାଗରିକଙ୍କ ପାଇଁ ଅନେକ ପରିବର୍ତ୍ତନ ଆଣିଛି ଏବଂ ଏହାର ଲାଭ ସ୍ପଷ୍ଟ ଦେଖାଯାଉଛି। ସେ କହିଛନ୍ତି ଯେ ସରକାର କେବଳ ଡିଜିଟାଲ ଏବଂ ଟେକ୍ ସମାଧାନ ପାଇଁ ଏକ ବଜାର ସୃଷ୍ଟି କରିନାହାଁନ୍ତି ବରଂ ଏହାକୁ ସମସ୍ତ ଯୋଜନାର ଏକ ପ୍ରମୁଖ ଅଂଶ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *