ଆଜି ପ୍ରକାଶ ପାଇବ + ୨ ବିଜ୍ଞାନ ରେଜଲ୍ମ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ମ । ମଧ୍ୟାହ୍ନ ୧୨ଟା ୩୦ରେ CHSE ଅଫିସ୍‌ ରେଜଲ୍ମ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ www.orissaresults.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଜାଣିପାରିବେ ।

ଏଥିସହ ମୋବାଇଲ୍  ନମ୍ବର ୦୬୭୪-୨୩୦୦୯୧୪/୨୩୦୦୯୦୭ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ଫଳ ପାଇପାରିବେ। ସେହିପରି ସାମ୍ସର ଇ -ସ୍ପେସ୍  ମାଧ୍ୟମରେ କଲେଜଗୁଡ଼ିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ରାଜ୍ୟରେ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ୯୭ ହଜାର ୩୭୭ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି।  ୭୦୩ସେଣ୍ଟରରେ  ପରୀକ୍ଷା ଦେଇଛନ୍ତି  ଛାତ୍ରଛାତ୍ରୀ ।  ସାମସ୍  ଇ ସ୍ପେସ୍ ମାଧ୍ୟମରେ  କଲେଜ ଗୁଡିକୁ  ରେଜଲ୍ଟ  ପଠାଯିବ । ସେହିଭଳି ଅଗଷ୍ଟ ତୃତୀୟ ସପ୍ତାହରେ + 2 ବାଣିଜ୍ୟ ରେଜଲ୍ଟ ଓ ଅଗଷ୍ଟ ଶେଷ ସପ୍ତାହରେ + 2 କଳା ରେଜଲ୍ଟ ପ୍ରକାଶ ପାଇବ ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ବୁଧବାର(ଆଜି) ଅପରାହ୍ନ ସାଢ଼େ ୧୨ଟାରେ ପ୍ରକାଶ ପାଇବ ।

Leave a Reply

Your email address will not be published.