ପ୍ରକାଶ ପାଇଲା ଯୁକ୍ତ ୨ କଳା ରେଜଲ୍ଟ: ପାସ୍ ହାର ୬୭.୫୬% , ପୁଅଙ୍କୁ ପଛରେ ପକାଇଲେ ଝିଅ

ଭୁବନେଶ୍ବର, (ଓଡିଶା ଟାଇମ୍) :   ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ପାସ ହାର ୬୭.୫୬% ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ସମ୍ପର୍କରେ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ମାନେ ‘www.orissaresults.nic.in’  ଲଗ୍‌ଇନ୍‌ କରି ପରୀକ୍ଷା ଫଳ ଦେଖିପାରିବେ।

ଚଳିତ ବର୍ଷ ମୋଟ୍ ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି। ପାସ୍‌ହାରେ ଝିଅମାନେ ପୁଅଙ୍କୁ ପଛରେ ପକାଇଛନ୍ତି। ପୁଅଙ୍କ ପାସ୍‌ ହାର ୫୭.୩୩ ରହିଥିବା ବେଳେ ଝିଅ ପାସ୍‌ ହାର ୭୫.୪୮ ରହିଛି। ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୬ ପରୀକ୍ଷାର୍ଥୀ, ଦ୍ଵିତୀୟ ଶ୍ରେଣୀରେ ୨୬,୦୨୭, ତୃତୀୟ ଶ୍ରେଣୀୟରେ ୧,୦୦,୧୦୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ କରିଛନ୍ତି। ଚଳିତ ବର୍ଷ କେବଳ ଜଣେ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। 

Leave a Reply

Your email address will not be published.