ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ବର,(ଓଡିଶା ଟାଇମ୍) : ରାଜ୍ୟରେ ପ୍ଲାଜମା ଥେରାପି ସଫଳ ହୋଇଛି । ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିବା ବେଳେ ଏମାନଙ୍କ ଭିତରୁ ୪ଜଣ ଦ୍ରୁତ ଆରୋଗ୍ୟ ଲାଭ କରିଛନ୍ତି । ଏମାନଙ୍କୁ ଖୁବ ଶୀଘ୍ର ହସପିଟାଲରୁ ଡିସଚାର୍ଜ କରାଯିବ । ସେମାନଙ୍କୁ ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ନାହିଁ ।

ଏହି ୪ ଆରୋଗ୍ୟଙ୍କ ଭିତରୁ ୩ଜଣ ସମ୍ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ୨ଜଣ ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କଠାରୁ ୮ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଛି । ସେଥିରୁ ୬ ୟୁନିଟ ଏହି ଗୁରୁତର ୬ କୋଭିଡ ରୋଗୀଙ୍କୁ ଦିଆଯାଇଥିଲା ।

ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଆପଣାଇଥିବା ଅଳ୍ପ କିଛି ରାଜ୍ୟ ଭିତରେ ଓଡିଶା ଅନ୍ୟତମ । ପ୍ଲାଜମା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ କିଛି  ଦିନ ତଳେ ଉଦଘାଟନ କରିଥିଲେ । ଏହାର ନୋଡାଲ ସେଣ୍ଟର ଭାବେ ଏସସିବି ମେଡିକାଲ କାମ କରୁଛି । ଅଧିକରୁ ଅଧିକ କରୋନା ସୁସ୍ଥ ଲୋକ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

Leave a Reply

Your email address will not be published.