ଥମୁନି ଡ୍ରାଗନର ଦାଦାଗିରି : ପୂର୍ବ ଲଦାଖ ପରେ ଏବେ ଉତ୍ତରାଖଣ୍ଡରେ ଅନୁପ୍ରବେଶ କଲେ ଶତାଧିକ ଚୀନ୍ ସେନା
ନୂଆଦିଲ୍ଲୀ, (ଓଡିଶା ଟାଇମ୍):
ପୂର୍ବ ଲଦାଖରେ ଭାରତୀୟ ସେନା ଠାରୁ ଚେକ୍ ପରେ ବି ସୁଧୁରୁନି ଚୀନ୍ । ଏଥର ଉତ୍ତରାଖଣ୍ଡରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛି । ଚୀନ୍ର ପାଖାପାଖି ୧୦୦ଜଣ ସୈନିକ ଭାରତୀୟ ସୀମାକୁ ଅତିକ୍ରମ କରି ଗତ ମାସରେ ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ ଅନୁପ୍ରବେଶ କରିଛନ୍ତି ।
ଖବର ଅନୁଯାୟୀ, ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ଚୀନ୍ ସେନା ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିଲା । ଯାହାକୁ ଭାରତୀୟ ସେନା ତିବ୍ର ବିରୋଧର କରିଥିଲେ ଏବଂ ଏହାର ଦୃଢ ଜବାବ ମଧ୍ୟ ଦେଇଥିଲା । ଏପରିକି ୨ ଦେଶର ସୈନିକ ମୁହାଁମୁହିଁ ହୋଇଥିଲେ । ଏଥିରେ କିଛି ସୈନିକି ମଧ୍ୟ ନିହତ ହୋଇଥିଲେ । ଏହାପରେ ଚୀନ୍ ସେନା ପଛକୁ ହଟିଥିଲା ।
ସେହିପରି ଏବେ ୩୦ ଅଗଷ୍ଟ ମଧ୍ୟରେ ଏପରି ଏକ ଘଟଣା ଘଟିଛି । ଚୀନ୍ ସେନା ଭାରତୀୟ ସୀମାର ଅନୁପ୍ରବେଶ କରିଥିଲେ । ଏହାର କିଛି ସମୟ ପରେ ସେମାନ ଉକ୍ତ ଅଞ୍ଚଳରୁ ଫେରିଯାଇଥିଲା । ଏପିରିକି ଚୀନ୍ ସୈନିକମାନେ ନିଜ ସୀମାକୁ ଫେରିବା ସମୟରେ ଭାରତୀୟ ଅଞ୍ଚଳରେ ଥିବା ଏକ ପୋଲକୁ ଧ୍ୱଂସ କରିଥିବାର ସୂଚନା ମିଳିଛି । କିନ୍ତୁ ଏହା କେତେଦୂର ସତ , ତାହା ଏବେ ଯାଏଁ ସ୍ପଷ୍ଟ ଭାବେ ଜଣାପଡିନାହିଁ । ଶତାଧିକ ଚୀନ୍ ସେନା ୫୦ ରୁ ଅଧିକ ଘୋଡ଼ା ନେଇ ଭାରତୀୟ ସୀମାର ୫ କିମି ଭିତରକୁ ପ୍ରବେଶ କରିଥିଲେ । ଚୀନ୍ ସେନା ଅନୁପ୍ରବେଶ କରିଥିବା ଅଞ୍ଚଳରେ ଆଇଟିବିପି ଯବାନ ମୃତୟନ ଅଛନ୍ତି । ଚୀନ୍ ସେନାର ଅନୁପ୍ରବେଶ ପରେ ଭାରତୀୟ ସୈନିକମାନେ ସେହି ଅଞ୍ଚଳ ଗସ୍ତ କରିଥିଲେ । ତେବେ ଚୀନ୍ର ଅନୁପ୍ରବେଶ ନେଇ ଭାରତୀୟ ସେନା ପକ୍ଷରୁ କୌଣସି ଆଧିକାରୀକ ବୟାନ ଆସିନାହିଁ । ତେବେ ସୀମାରେ ଏପରି ବିବାଦୀୟ ସ୍ଥିତି ଲାଗି ରହିଛି । ଉଭୟ ଦେଶର ପ୍ରାୟ ୫୦ରୁ ୬୦ ହଜାର ସେନା ଏବେ ମୁତୟନ ହୋଇଛନ୍ତି ।