ପିପିଲି ଉପ ନିର୍ବାଚନ: ରୁଦ୍ର ମହାରଥୀ ହେଲେ ବିଜେଡି ପ୍ରାର୍ଥୀ
ପିପିଲି, (ଓଡିଶା ଟାଇମ୍) : ବହୁ ଚର୍ଚ୍ଚିତ ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାର ପ୍ରାର୍ଥୀ ଘୋଷଣା କରିଛି। ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶାସକ ବିଜେଡି ଏହି ଚର୍ଚ୍ଚିତ ଆସନରୁ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରିଛି। ଏହା ପୂର୍ବରୁ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା। ଦଳ ଗତ ନିର୍ବାଚନର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପୁଣି ଥରେ ପିପିଲି ମଇଦାନକୁ ଓହ୍ଲାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ପ୍ରମୁଖ ନବୀନ ପଟ୍ଟନାୟକ ଶୁକ୍ରବାର ରୁଦ୍ରଙ୍କ ନାମ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନର ମତଦାନ ହେବ।











