ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ

ଭୁବନେଶ୍ବର, (ଓଡିଶା ଟାଇମ ) : ଦେବସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୱରରେ ପୀଡ଼ିତ ଅଛନ୍ତି । ତେଣୁ ଅଣସର ଘରେ ଶ୍ରୀଜୀଉଙ୍କ ଗୁପ୍ତ ସେବା ଚାଲିଛି । ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ପଠାଯିବା ଫୁଲୁରି ତେଲ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିହେବ ।

ଦଇତାପତିମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି ଫୁଲୁରି ତେଲ। ଏହି ଫୁଲୁରି ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । ପରମ୍ପରା ମୁତାବକ ପଞ୍ଚମୀ ଦିନ ହୁଏ ଏହି ଅନନ୍ୟ ସେବା ।

ପୂର୍ବବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ନିର୍ମିତ ପାତ୍ରରେ ଘଣାପେଡା ରାଶିତେଲ, ବେଣାଚେର, କୃଷ୍ଣଭୋଗ ଧାନ, କେତକୀ ଫୁଲ ସହ ବିଭିନ୍ନ ସୁବାସିତ ଫୁଲ ଓ ଔଷଧୀୟ ସାମଗ୍ରି ମିଶ୍ରଣ କରାଯାଇ ମାଟିତଳେ ପୋତା ଯାଇଥାଏ । ମଠର ମଠାଧୀଶ ଶ୍ରୀମନ୍ଦିରରେ ଏହି ତେଲକୁ ପ୍ରଦାନ କରିବା ପରେ ପତିମହାପାତ୍ର ସଂସ୍କାର କରିଥାନ୍ତି । ପରେ ଏହାକୁ ମାଲିସ କରାଯାଇଥାଏ । ଏହି ତେଲ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲଗାଇବା ଦ୍ୱାରା ଜ୍ୱର ଭଲ ହୁଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *